ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା ଫଳ ପ୍ରକାଶିତ

STATE

ଆଜି ପ୍ରକାଶ ପାଇଛି ଯୁକ୍ତ ଦୁଇ ବିଜ୍ଞାନ ପରୀକ୍ଷା ଫଳ । ଚଳିତ ବର୍ଷ ୭୨॰୩୩ ପ୍ରତିଶତ ଛାତ୍ରଛାତ୍ରୀ ପାସ କରିଛନ୍ତି ଯାହାକି ଗତବର୍ଷ ତୁଳନାରେ ୪.୬୫ % କମ । ଚଳିତ ବର୍ଷ ମୋଟ ୯୭,୭୫୦ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବାବେଳେ ୭୦,୭୦୬ ଜଣ ପାସ କରିଛନ୍ତି । ତନ୍ମଧ୍ୟରେ ପ୍ରଥମ ଶ୍ରେଣୀରେ ୨୩,୯୦୪ ଜଣ, ଦ୍ଵିତୀୟ ଶ୍ରେଣୀରେ ୨୩,୯୦୪ ଜଣ ଓ ତୃତୀୟ ଶ୍ରେଣୀରେ ୨୫,୩୬୦ ଜଣ ପାସ କରିଛନ୍ତି । ମୋଟ ୪୦,୦୫୮ ଜଣ ଛାତ୍ର ପାସ କରିଥିବାବେଳେ ୩୦,୬୪୮ ଜଣ ଛାତ୍ରୀ ପାସ କରିଛନ୍ତି ।

ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ କୁହାଯାଇଛି ଯେ ଯେଉଁ ଛାତ୍ରଛାତ୍ରୀମାନେ ରି-ଆଡିସନ ବା ଡ଼ି-ଚେକିଂ ଚାହିଁବେ, ସେମାନେ ୧୫ ଦିନ ମଧ୍ୟରେ ଆବେଦନ କରିପାରିବେ । ଏହି ୧୫ ଦିନ ପରେ ଆଉ ଆବେଦନ ଗ୍ରହଣ କରାଯିବ ନାହିଁ। ସେହିପରି ଛାତ୍ରଛାତ୍ରୀମାନେ ଆସନ୍ତା ୧୭ ତାରିଖ ସୁଦ୍ଧା ନିଜ କଲେଜରୁ ପ୍ରୋଭିଜନାଲ ସାର୍ଟିଫିକେଟ ପାଇପାରିବେ ।

Please follow and like us:
error