ବାରିପଦାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା: ୨ ମୃତ ଓ ୬ ଗୁରୁତର

STATE

ବାରିପଦାରେ ଗୋଟିଏ ଚଳନ୍ତା ଅଟୋକୁ ଜୋରରେ ଏକ ଟ୍ରକ ଦୃତ ଗତିରେ ଆସି ଧକ୍କା ଦେବା ଫଳରେ ଏକ ବଡ ଧରଣର ଦୁର୍ଘଟଣା ଘଟିଛି । ଦୁର୍ଘଟଣାରେ ୨ ଜଣଙ୍କର ଶୋଚନୀୟ ଭାବେ ମୃତ୍ୟୁ ଘଟିଥିବାବେଳେ ୬ ଜଣ ଭୀଷଣ ଭାବେ ଗୁରୁତର ହୋଇଛନ୍ତି ।

ସବିଶେଷ ତଥ୍ୟ ଅନୁଯାୟୀ, ଏନଏଚ-୪୯ର ବାଙ୍ଗିରିପୋଷି ଘାଟିରେ ଗୋଟିଏ ଟ୍ରକ, ଅଟୋକୁ ଧକ୍କା ଦେବାରୁ ଏପରି ଏକ ବଡ ଦୁର୍ଘଟଣା ଘଟିଥିବା ଜଣାପଡିଛି । ଘଟଣାସ୍ଥଳରେ ହିଁ ୨ ଜଣ ମୃତ୍ୟୁବରଣ କରିଛନ୍ତି । ଅନ୍ୟ ୬ ଜଣ ବଙ୍ଗିରିପୋଷି ମେଡିକାଲରେ ଭର୍ତ୍ତି ହୋଇଛନ୍ତି । ମୃତକଙ୍କ ମଧ୍ୟରେ ଜଣେ ସ୍କୁଲ ଛାତ୍ର ଓ ଅନ୍ୟ ଜଣେ ଅଭିଭାବକ ବୋଲି ସୂଚନା ମିଳିଛି । ଅଟୋଟି ବିଶୋୟିରୁ ଶୂଳିଆପଦାକୁ ଯାଉଥିଲା । ଏଥିରେ ୧୨ ଜଣ ଯାତ୍ରୀ ଥିଲେ । ଅଟୋରେ ମଧ୍ୟାହ୍ନ ଭୋଜନ ଚାଉଳ ଆଣିବାକୁ ଯାଉଥିବା ସମୟରେ ଏହି ଦୁର୍ଘଟଣା ଘଟିଛି । ।

Please follow and like us: