କଟକ-ପାରାଦୀପ ମୁଖ୍ୟ ରାସ୍ତାରେ ସଡକ ଦୁର୍ଘଟଣା

STATE

କଟକ-ପାରାଦୀପ ମୁଖ୍ୟ ରାସ୍ତାରେ ଏକ ଦୁର୍ଘଟଣା ଖବର ମିଳିଛି । ସୂଚନାଯୋଗ୍ୟ ଯେ କଟକ-ପାରାଦୀପ ରାସ୍ତାରେ ସର୍ବଦା ଗାଡି ମଟର ଦୃତ ବେଗରେ ଚଳାଚଳ କରିଥାଏ । ତେଣୁ ଏହି ରାସ୍ତାରେ ଅନେକ ସମୟରେ ଛୋଟ ବଡ ଦୁର୍ଘଟଣା ଘଟିଥାଏ । ହେଲେ ସାବଧାନତା କେହି ଅବଲମ୍ବନ କରୁନାହାନ୍ତି ।

ଏକ କ୍ଷୀର ବୋଝେଇ ଭ୍ୟାନ ଯାଉଥିବାବେଳେ ଗୋଟିଏ ଟ୍ରକ ଆସି ତାକୁ ଧକ୍କା ଦେଇଥିଲା । ଦୁର୍ଘଟଣାରେ ଜଣେ ଗୁରୁତର ହୋଇଛନ୍ତି । ଗୁରୁତର ଜଣଙ୍କ ହେଉଛନ୍ତି ରବୀନ୍ଦ୍ର ରାଉତରାୟ । ତାଙ୍କୁ କଟକ ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି ।

Please follow and like us:
error