ରାୟଗଡାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା

STATE

ରାୟଗଡା : ରାୟଗଡାରେ ଘଟିଛି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଭାରସାମ୍ୟ ହରାଇ ହୋଟେଲ ଉପରେ ଚଢ଼ିଗଲା ଚେଭ୍ରୋଲେଟ କାର । ଏଥିରେ ଦୁଇ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଆଉ ଜଣେ ମୃତ୍ୟୁ ସହ ସଂଗ୍ରାମ କରୁଛନ୍ତି । ତେବେ ଏଭଳି ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି ରାୟଗଡା ଜିଲ୍ଳା ସାଙ୍କେଶ ଗ୍ରାମ ନିକଟରେ । ରାସ୍ତା କଡରେ ଥିବା ଝୁମ୍ପୁଡି ହୋଟେଲରେ ଗାଡିଟି ଭାରସାମ୍ୟ ହରାଇ ଚଢ଼ାଇ ଦେଇଥିବା ଜଣାପଡିଛି । ଖବର ପାଇ ରାୟଗଡା ଟାଉନ ଥାନା ପୋଲିସ ଘଟଣାସ୍ଥଳରେ ପହଁଞ୍ଚି ଗାଡିକୁ ଜବତ କରିବା ସହ ତଦନ୍ତ ଆରମ୍ଭ କରିଛି ।

ପୋଲିସ ସୂଚନା ଅନୁଯାୟୀ ଗାଡି ନମ୍ବର ଓଆର ୧୮ସି ୨୭୬୧ ଦୁର୍ଘଟଣାଗସ୍ତ ହୋଇଛି । ଗାଡିଟି ଭାରସାମ୍ୟା ହରାଇ ହୋଟେଲରେ ମାଡ କରିବା ପରେ ଘଟଣାସ୍ଥଳରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଡ୍ରାଇଭର ଗୁରୁତର ଅବସ୍ଥାରେ ରାୟଗଡା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି ହୋଇଛନ୍ତି । ପୋଲିସ ଖବର ପାଇବା ପରେ ମୃତ ଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି । ଦୁର୍ଘଟଣାଗସ୍ତ ହୋଇଥିବା କାରକୁ ଜବତ କରିଛି ପୋଲିସ । ସେପଟେ ଦୁର୍ଘଟଣାରେ ପ୍ରାଣ ହରାଇଥିବା ମୃତକଙ୍କ ପରିଚୟ ମିଳିପାରି ନାହିଁ ।

Please follow and like us: