ଦୁଇଟି ପୃଥକ ସ୍ଥାନରେ ରାସ୍ତାରୋକ

STATE

କରଞ୍ଜିଆ ଅଞ୍ଚଳରେ ରାସ୍ତା ଦୁର୍ଘଟଣା ନେଇ ସ୍ଥାନୀୟ ଲୋକେ ରାସ୍ତାରୋକ କରିଛନ୍ତି । ସ୍ଥାନୀୟ ଜଣେ ଯୁବକଙ୍କର ଦୁର୍ଘଟଣାରେ ମୃତ୍ୟୁ ଘଟଣାକୁ ନେଇ କ୍ଷତିପୂରଣ ଦାବିରେ ଏହି ରାସ୍ତାରୋକ କରାଯାଇଛି । ଏନଏଚ-୪୯ରେ ଯଶିପୁର ଥାନା ହାଣ୍ଡିପୁହାଣ ଛକରେ ଘଟିଥିଲା ଦୁର୍ଘଟଣା ।

ମୃତକ ହେଉଛନ୍ତି ସ୍ଥାନୀୟ ହରଚନ୍ଦନପୁର ଅଞ୍ଚଳର ଶିବୁ ମହାନ୍ତ । ସେ ତାଙ୍କର ବାଇକରେ ଯାଉଥିବା ସମୟରେ ଏକ ଅଜଣା ଗାଡି ତାଙ୍କୁ ଧକ୍କା ଦେଇ ଫେରାର ହୋଇଯାଇଥିଲା ।

ସେହିପରି କେନ୍ଦ୍ରପଡା ତିନିମୁହାଣିର ବିବେକାନନ୍ଦ ମହାରଣା ନାମକ ଜଣେ ଯୁବ ବ୍ୟବସାୟୀଙ୍କୁ ଗୁଳିମାଡ ହୋଇଥିଲା । ସେ ବର୍ତ୍ତମାନ ଗୁଳିମାଡରେ ଆହତ ହୋଇଥିବା କାରଣରୁ କଟକରେ ଚିକିତ୍ସାଧୀନ ଅଛନ୍ତି । ଗୁଳିମାଡ ଘଟଣାର ପ୍ରତିବାଦରେ ତିନିମୁହାଣି ଛକ ସହ ବିଭିନ୍ନ ସ୍ଥାନରେ ରାସ୍ତାରୋକ କରାଯାଇଛି । କଟକ ଓ ଚାନ୍ଦବାଲି ମଧ୍ୟରେ ତେଣୁ ଯାନବାହାନ ଚଳାଚଳ ସମ୍ପୂର୍ଣ ଠପ ହୋଇଯାଇଛି । ସହରରେ ଗଣ୍ଡଗୋଳ ଆଶଙ୍କାରେ ଗୋଟିଏ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ କରାଯାଇଛି ।

Please follow and like us:
error