ବ୍ରହ୍ମଗିରି ଅଞ୍ଚଳରେ ବିଦ୍ୟୁତ ସଂଯୋଗ ନହେବା ବିରୁଦ୍ଧରେ ଗ୍ରାମବାସୀଙ୍କ ରାସ୍ତାରୋକ

STATE

ମେ ୩ ତାରିଖରେ ଆସିଥିଲା ସାମୁଦ୍ରିକ ବାତ୍ୟା ‘ଫୋନି’ । ଫୋନି ଚାଲିଯିବା ଆଜିକୁ ହେଲା ଏକ ମାସ ୨୧ ଦିନ । ହେଲେ ଏ ପର୍ଯ୍ୟନ୍ତ ବ୍ରହ୍ମଗିରି ଅଞ୍ଚଳକୁ ହୋଇପାରିନାହିଁ ବିଦ୍ୟୁତ ଯୋଗାଣ । ଫଳରେ ଲୋକମାନଙ୍କୁ ବିନା ବିଦ୍ୟୁତରେ ସମୟ କାଟିବାକୁ ପଡୁଛି । ସବୁବେଳେ ଆଶା ଆସୁଛି ଯେ ଖୁବ ଶୀଘ୍ର ବିଦ୍ୟୁତ ସଂଯୋଗ ଦିଆଯିବ । ହେଲେ ଯେଉଁ ଅପେକ୍ଷାକୁ ସେଇ ଅପେକ୍ଷା । ଲୋକେ ବିଦ୍ୟୁତ ବିନା ହନ୍ତସନ୍ତ । କିନ୍ତୁ ସରକାରଙ୍କର ଏ ଦିଗ ପ୍ରତି ତ୍ଵରିତ ପଦକ୍ଷେପ ନାହିଁ।

loading...

ତେଣୁ ବିଦ୍ୟୁତ ଯୋଗାଣ ଦାବିରେ ଗ୍ରାମବାସୀ ପ୍ରତିବାଦ ସ୍ୱରୂପ ରାସ୍ତାରୋକ କରିଛନ୍ତି । ଦେଲାଙ୍ଗ ରାସ୍ତାର ଧର୍ମକୀର୍ତ୍ତି ଛକରେ ସେମାନେ ରାସ୍ତାରୋକ କରିଛନ୍ତି । ଭଣ୍ଡାରୀକୁଦା, ତେରପାରିବାସୀଙ୍କ ଦ୍ଵାରା ରାସ୍ତା ଅବରୋଧ କରାଯାଇଛି । ବାତ୍ୟା ‘ଫୋନି’ର ୫୦ ଦିନ ପରେ ବି ବିଜୁଳି ଆସି ନଥିବାରୁ ତୀବ୍ର ଅସନ୍ତୋଷ ଦେଖାଦେଇଛି ।

Please follow and like us:
error
loading...