ଆରଟିଆଇଏସ ଲାଗୁ ହେବ ରେଲୱେ ରେ

STATE

ରେଲୱେରେ ଲାଗୁହେବ ଆରଟିଆଇଏସ । ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ରେଲୱେ ବୋର୍ଡ ଅଧ୍ୟକ୍ଷ ଭି॰କେ॰ଯାଦବ । ଓଡିଶାରେ ରେଲୱେର ବିକାଶ ସମ୍ପର୍କରେ ସୂଚନା ଦେଇ ସେ କହିଛନ୍ତି, ‘ଫୋନି ପ୍ରଭାବିତ ପୁରୀ ଓ ଭୁବନେଶ୍ଵରରେ ପୁନରୁଦ୍ଧାର କାମ ସଫଳ ହୋଇଛି । ପୁନରୁଦ୍ଧାର କାର୍ଯ୍ୟ ପାଇଁ ଖୋର୍ଦ୍ଧା ଡିଭିଜନକୁ ପୁରସ୍କୃତ କରାଯିବ।’

ସେ ପ୍ରକାଶ କରିଥିଲେ କି ଖୁବ ଶୀଘ୍ର ଭୁବନେଶ୍ଵରରେ ୨ଟି ନୂଆ ପ୍ଲାଟଫର୍ମ ଓ କୋଠା ନିର୍ମାଣ କରାଯିବ । ସେଭଳି ଖୁବ ଶୀଘ୍ର ରିୟଲ ଟାଇମ ଇନଫରମେସନ ସିଷ୍ଟମ ଲାଗୁ ହେବ । ରିୟଲ ଟାଇମ ଇନଫରମେସନ ସିଷ୍ଟମ ପାଇଁ ଇସ୍ରୋ ସହ ଏମଓୟୁ ମଧ୍ୟ ସ୍ଵାକ୍ଷରିତ ହୋଇଛି । ଜମି ଅଧିଗ୍ରହଣ ଓ ଫରେଷ୍ଟ କ୍ଲିୟରାନ୍ସ ହେଉନଥିବାରୁ କାମ ଆଗେଇ ପାରୁନାହିଁ ।

Please follow and like us:
error