‘ଇଣ୍ଡିଆନ୍ ଆଇଡଲ ୧୧’ର ଟାଇଟଲ ଜିତିଲେ ସନି ହିନ୍ଦୁସ୍ତାନୀ

ENTERTAINMENT

ମୁମ୍ବାଇ : ଲୋକପ୍ରିୟ ଟିଭି ଚାନେଲ ସୋନିରେ ଦୀର୍ଘ ୫ ମାସ ଧରି ଚାଲିଥିଲା ଇଣ୍ଡିଆନ ଆଇଡଲ ସିଜିନ ୧୧ କାର୍ଯ୍ୟକ୍ରମ । ହେଲେ ଅନ୍ତିମ ଦିନରେ ଗତକାଲି
ସଂଗୀତର ଏହି ମହାସଂଗ୍ରାମରେ ୫ ଜଣ ଫାଇନାଲିଷ୍ଟଙ୍କ ମଧ୍ୟରେ କଡା ମୁକାବିଲା ଦେଖିବାକୁ ମିଳିଥିଲା। କିନ୍ତୁ ଶେଷରେ ବାଜି ମାରିନେଲେ ସନି ହିନ୍ଦୁସ୍ତାନୀ। ବିଜୟ ମୁକୁଟ ପିନ୍ଧିଥିବା ସନି ହିନ୍ଦୁସ୍ତାନୀଙ୍କୁ ଚକମକ୍ ଟ୍ରଫି ସହିତ ୨୫ ଲକ୍ଷ ଟଙ୍କାର ପୁରଷ୍କାର ରାଶି ମିଳିଲା। ଶୋ’ର ଫିନାଲେରେ ସନିଙ୍କ ପରିବାର ଲୋକ ମଧ୍ୟ ଉପସ୍ଥିତ ଥିଲେ। ‘ଇଣ୍ଡିଆନ୍ ଆଇଡଲ ୧୧’ର ବିଜେତା ସନି ହିନ୍ଦୁସ୍ତାନୀ ପଞ୍ଜାବର ଭଟିଣ୍ଡାର ଅଟନ୍ତି। ଅଡିସନ୍ ଠାରୁ ହିଁ ସନି ଚର୍ଚ୍ଚାରେ ଥିଲେ। ତାଙ୍କର ସ୍ୱର ନୁସରତ୍ ଫତେହ ଅଲ୍ଳୀ ଖାନଙ୍କ ସହିତ ମେଳ ଖାଏ ବୋଲି କୁହାଯାଏ। ଯାହାପରେ ତାଙ୍କ ଗୀତ ଶୁଣିବା ପରେ ତିନି ଜଣ ଜଜ୍ ଆଶ୍ଚର୍ୟ୍ୟ ହୋଇଥିଲେ। ଏହା ବ୍ୟତୀତ ଟାଟା ମୋଟର୍ସ ପକ୍ଷରୁ ଏକ ଅଲ୍ତ୍ରୋସ ଗାଡି ପ୍ରଦାନ କରାଯାଇଛି । ସେହିପରି ଟି ସିରିଜର ଆଗାମୀ ଚଳଚ୍ଚିତ୍ରରେ ମଧ୍ୟ ସେ ଗାଇବାର ସୁଯୋଗ ପ୍ରାପ୍ତ ହେବେ । ସୂଚନାଯୋଗ୍ୟ ଯେ ଏହି ପ୍ରତିଯୋଗୀ ପୂର୍ବରୁ ଜୋତା ପଲିସି କରି ଚଳୁଥିଲେ । ବିନାଗୁରୁରେ ସଙ୍ଗୀତ ସାଧନା କରିଥିଲେ । ହେଲେ ନିଜ ପ୍ରତିଭା ବଳରେ ସେ ଇଣ୍ଡିଆନ ଆଇଡଲ ସିଜିନ ୧୧ର ଟାଇଟଲ ହାସଲ କରିପାରିଛନ୍ତି ।

ସେହିପରି ଶୋର ପ୍ରଥମ ରନରଅପ ରୋହିତ ରାଉତ ଏବଂ ଦ୍ୱିତୀୟ ରନରଅପ୍ ଓଙ୍କନା ମୁଖାର୍ଜୀ ହେଲେ। ‘ଇଣ୍ଡିଆନ୍ ଆଇଡଲ’ରେ ଏହି ଦୁଇ ରନରଅପଙ୍କୁ ୫-୫ ଲକ୍ଷ ଟଙ୍କାର ପୁରଷ୍କାର ରାଶି ଦିଆଯାଇଛି। ସ୍ୱରର ଏହି ମହାସଂଗ୍ରାମରେ ତ୍ରୁତୀୟ ଏବଂ ଚତୁର୍ଥ ସ୍ଥାନରେ ଅଦ୍ରିଜ ଘୋଷ ଏବଂ ରିଦମ କଲ୍ୟାଣ ରହିଛନ୍ତି। ସେମାନଙ୍କୁ ୩ ଲକ୍ଷ ଲେଖାଏଁ ପୁରସ୍କାର ରାଶି ପ୍ରଦାନ କରାଯାଇଛି । ଏହି ଶୋ ଖୁବ୍ ଲୋକପ୍ରିୟତା ସାଉଁଟିଛି। ଶୋର ଜଜ୍ ନେହା କକ୍କର ଏବଂ ହୋଷ୍ଟ ଆଦିତ୍ୟ ନାରାୟଣଙ୍କ ଭିତରେ ଥିବା ରିଲେସନସିପକୁ ନେଇ ମଧ୍ୟ ‘ଇଣ୍ଡିଆନ୍ ଆଇଡଲ୧୧’ ମଧ୍ୟ ଖୁବ୍ ଚର୍ଚ୍ଚାର ଶିର୍ଷରେ ଥିଲା।

Please follow and like us:
error