Vidhan Parishad

ବିଧାନସଭାରେ ପାରିତ ହେବ ବିଧାନ ପରିଷଦ ସଂକଲ୍ପ

STATE

            ଆଜି ବିଧାନସଭା ମୌସୁମୀ ଅଧିବେଶନର ତୃତୀୟ ଦିବସ । ଆଜି ପାରିତ ହେବ ବିଧାନ ପରିଷଦ ଗଠନ ନେଇ ସଂକଲ୍ପ । ଗତ ମାସରେ ରାଜ୍ୟ କ୍ୟାବିନେଟ ଏହି ସଂକଲ୍ପ ପ୍ରସ୍ତାବ ଉପରେ ମୋହର ମାରିଥିଲେ । ତେଲେଙ୍ଗନା ରାଜ୍ୟ ଢାଞ୍ଚାରେ ଗଠନ ହେବ ବିଧାନ ପରିଷଦ । ବିଧାନସଭାରେ ବିଜେଡିର ସଂଖ୍ୟା ଗରିଷ୍ଠତା ଥିବାରୁ ଉକ୍ତ ସଂକଲ୍ପ ପାରିତ ହେବାରେ କୌଣସି ଅସୁବିଧା ନାହିଁ ।

loading...

            ବିରୋଧୀ ଦଳ କହିଛି ଯେ ଗୋଟିଏ ସଦନ ଠିକ ଢଙ୍ଗରେ ଚାଲି ନପାରୁଥିବା ବେଳେ ଆଉ ଏକ ସଦନର କଅଣ ଆବଶ୍ୟକତା ରହିଛି । ପୂର୍ବରୁ ଏହାକୁ ବିରୋଧରେ ରହିବ ବୋଲି କଂଗ୍ରେସ ନେତା ନରସିଂହ ମିଶ୍ର କହିଥିଲେ । ବିଜେପି କହିଛି ଯେ ବିଜୁ ଜନତା ଦଳର ଅସନ୍ତୁଷ୍ଟଙ୍କୁ ଥଇଥାନ କରିବା ପାଇଁ ଏହା ଏକ ଯୋଜନା ।

@OdishaInfocus News Desk

Please follow and like us:
error
loading...