ଜାମ୍ମୁରୁ ୧୪୪ ହଟିବା ପରେ ଆଜି ଖୋଲିଲା ସ୍କୁଲ

NATIONAL

ଜମ୍ମୁରେ ସ୍ଥିତି ସମ୍ପୂର୍ଣ ନିୟନ୍ତ୍ରଧୀନ । ଅବସ୍ଥା ସ୍ଵାଭାବିକ ହେବାରେ ଲାଗିଛି । ଏହାକୁ ଲକ୍ଷ୍ୟ ରଖି ଗତକାଲି ଜମ୍ମୁ ପୌରାଞ୍ଚଳରୁ ପୂର୍ବରୁ ଜାରି କରାଯାଇଥିବା ୧୪୪କୁ ହଟାଇ ଦିଆଯାଇଥିଲା । ସେପରି ଗତକାଲି ଶୁକ୍ରବାର ଥିବାରୁ ନମାଜ ପାଠ ନିମନ୍ତେ ମସଜିଦଗୁଡିକରେ କଟକଣା କୋହଳ କରଯାଇଥିଲା ।  ପରିସ୍ଥିତି ସ୍ଵାଭାବିକ ଥିବାରୁ ଆଜିଠାରୁ ସ୍କୁଲ କଲେଜ ଖୋଲାଯିବାକୁ ଜିଲ୍ଲାପାଳ ସୁଷମା ଚୌହାନ ନିର୍ଦ୍ଦେଶ ଦେଇଥିଲେ ।

ନିଷ୍ପତ୍ତି ଅନୁଯାୟୀ ସ୍ଥିତି ସ୍ଵାଭାବିକ ଥିବାରୁ ଆଜି ସ୍କୁଲ,କଲେଜ ଓ ଅନ୍ୟ ଶିକ୍ଷାନୁଷ୍ଠାନ ଖୋଲାଯାଇଛି । କୌଣସି ପ୍ରକାର ଅଘଟଣକୁ ଏଡାଇବା ନିମନ୍ତେ ପ୍ରାୟ ସବୁ ସଂବେଦନଶୀଳ ସ୍ଥାନରେ ସୁରକ୍ଷା କର୍ମୀ ପୂର୍ବଭଳି ମୁତୟନ ଅଛନ୍ତି ।

Please follow and like us:
error