ଚୋରଙ୍କ କବ୍ଜାରେ ଶ୍ରୀମନ୍ଦିର, ସୁରକ୍ଷା ନେଇ ପ୍ରଶ୍ନବାଚୀ

STATE

ଶ୍ରୀମନ୍ଦିରରେ ବ୍ୟାପୀ ଯାଇଛି ସମ୍ପୂର୍ଣ ଅରାଜକତା । ଲୁଟେରା, ପକେଟମାର ଓ ଚୋରଙ୍କ ସମ୍ପୂର୍ଣ କବ୍ଜାରେ ଶ୍ରୀମନ୍ଦିର ଅଛି ବୋଲି ଅନୁଭୁତ ହେଉଛି । ସୁରକ୍ଷା ଏଠି ଫେଲ ମାରିଛି । ଶ୍ରୀମନ୍ଦିରର ସୁରକ୍ଷା ବ୍ୟବସ୍ଥାକୁ ତିଳେ ମାତ୍ର ଖାତିର ବା ଭୟ ନକରି ନିର୍ବିଘ୍ନରେ ଏଠି ଚୋରି ଓ ପକେଟମାର ଚାଲିଛି । ଚୋର ଜାଣି ସାରିଲାଣି ଶ୍ରୀମନ୍ଦିର ମଧ୍ୟରୁ ଚୋରି କରିବା ସହଜ ଓ ଚୋରି କଲେ କେହି ଧରିବାକୁ ନାହିଁ । କେବଳ କାଗଜପତ୍ରରେ ଏଠି ଧରପଗଡ ହୁଏ ।

ବୁଧବାର ରାତିରେ ଉତ୍ତର ଦ୍ଵାର ସନ୍ନିକଟ କୋଇଲି ବୈକୁଣ୍ଠ ନିକଟ ସୁଆର ମହାସୁଆର ନିଯୋଗ ଅନ୍ନଦାନ ଆଟିକା କାର୍ଯ୍ୟାଳୟ ମୁଖ୍ୟ ଫାଟକ ପାଖ ହନୁମାନ ମୂର୍ତ୍ତି କଡ କାନ୍ଥକୁ କେହି ଭାଙ୍ଗିଦେଇ ଭିତରେ ପ୍ରବେଶ କରିଛି ଓ କ୍ୟାସ କାଉଣ୍ଟର କାଚ ଭାଙ୍ଗି ଲକ୍ଷାଧିକ ତାଙ୍କ ଚୋରି କରିନେଇଛି । ତେବେ ସିସିଟିଭି ଫୁଟେଜ ଯାଞ୍ଚ କରି ଏକ ୧୨ ବର୍ଷର ବାଳକ ଏଥି ସହ ସମ୍ପୃକ୍ତ ବୋକି କୁହାଯାଉଛି । ତେବେ ପ୍ରଶ୍ନ ଉଠୁଛି ଜଣେ ୧୨ ବର୍ଷର ବାଳକ ଏକାକୀ ଏ କାମ କରିବା କଅଣ ସମ୍ଭବ ? ତେବେ ସାଇନ୍ତିଫିକ ଟିମ ଫିଙ୍ଗର ପ୍ରିଣ୍ଟ ନେବା ସହିତ ତଦନ୍ତ ଜାରି ରହିଛି ।

ଉଲ୍ଲେଖଯୋଗ୍ୟ ଯେ ଏଥର ଉତ୍ତର ଦ୍ଵାର ନିକଟରେ ଏହି ଚୋରି ହୋଇଥିବାବେଳେ ଗତ ୧ ତାରିଖରେ ଦକ୍ଷିଣ ଦ୍ଵାର ନିକଟ ରାମ ମନ୍ଦିର ଦାନବାକ୍ସ ଭାଙ୍ଗି ଦୁର୍ବୃତ୍ତ ଟଙ୍କା ଲୁଟି ନେବା ସହିତ ଶ୍ରୀକୃଷ୍ଣଙ୍କ ମାର୍ବଲ ମୂର୍ତ୍ତି ଭାଙ୍ଗି ଦେଇଥିଲା ଓ ସୀତାଙ୍କ ମୂର୍ତ୍ତି ନେବାକୁ ଚେଷ୍ଟା କରିଥିଲା । ଆଜି ପର୍ଯ୍ୟନ୍ତ ସେହି ଦୁର୍ବୃତ୍ତର ପତ୍ତା ମିଳିପାରିନାହିଁ । ତେଣୁ ଜନସାଧାରଣରେ ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥା ନେଇ ସ୍ଵତଃ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି ।

Please follow and like us:
error