ଓଡିଶା ହାଇକୋର୍ଟ ର ଜଣେ ବରିଷ୍ଠ ଆଇନଜୀବୀ ହେଲେ ରାଜ୍ୟର ନୂଆ ଆଡଭୋକେଟ ଜେନେରାଲ

STATE

ହାଇକୋର୍ଟ ର ଜଣେ ବରିଷ୍ଠ ଆଇନଜୀବୀଙ୍କୁ ରାଜ୍ୟର ନୂଆ ଆଡଭୋକେଟ ଜେନେରାଲ ରୂପେ ନିଯୁକ୍ତି ଦିଆଯାଇଛି । ଏହି ସମ୍ମାନଜନକ ନିଯୁକ୍ତି ପାଇଛନ୍ତି ବରିଷ୍ଠ ଆଇନଜୀବୀ ଶ୍ରୀଯୁକ୍ତ ଅଶୋକ ପରିଜା । ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି । ପୂର୍ବରୁ ଥିବା ସୂର୍ଯ୍ୟ ମିଶ୍ରଙ୍କ ସ୍ଥାନରେ ତାଙ୍କୁ ନିଯୁକ୍ତି ଦିଆଯାଇଛି ।

ଅଶୋକ ପରିଜା ଜଣେ ବରିଷ୍ଠ ଆଇନଜୀବୀ ହୋଇଥିବା ସହିତ ରାଜ୍ୟ ଆଇନଜୀବୀ ପରିଷଦ ସଦସ୍ୟ ଥିଲେ ଓ ହାଇକୋର୍ଟ ବାର ଆସୋସିଏସନର ସଭାପତି ରୂପେ କାର୍ଯ୍ୟ କରିଛନ୍ତି । ୧୯୮୪ ମସିହାରୁ ଅଶୋକ ପରିଜା ଉଭୟ ସୁପ୍ରିମକୋର୍ଟ ଓ ହାଇକୋର୍ଟରେ ବିଭିନ୍ନ ଗୁରୁତ୍ଵପୂର୍ଣ ମାମଲାରେ ସଫଳ ପରିଚାଳନା ମଧ୍ୟ କରିଛନ୍ତି । ସେ ଜଣେ ବିଚକ୍ଷ ଆଇନଜୀବୀ ରୂପେ ଖ୍ୟାତି ଅର୍ଜ୍ଜନ କରିଛନ୍ତି ।

Please follow and like us:
error