odisha infocus

ଶ୍ରୀଲଙ୍କାରେ ସିରିଜ ବିସ୍ଫୋରଣ, ୨୫ ଜଣଙ୍କର ମୃତ୍ୟୁ

INTERNATIONAL

ଇଷ୍ଟର ପର୍ବ ପାଳନ ବେଳେ ଶ୍ରୀଲଙ୍କାର କଲମ୍ବୋଠାରେ ବିସ୍ଫୋରଣ ଘଟିଛି । ୨ଟି ଚର୍ଚ୍ଚ ଓ ୨ଟି ହୋଟେଲରେ ଦୁର୍ବୃତ୍ତମାନେ ଏହି ବିସ୍ଫୋରଣ ଘଟାଇଛନ୍ତି । କଟୁୱାପିଟିୟାରେ ଥିବା ସେଣ୍ଟ ସେବେଷ୍ଟିୟନ ଚର୍ଚ୍ଚରେ ବଡ ଧରଣର ଧମାକା ଘଟିଥିଲା । ଏହି ସିରିଜ ବିସ୍ଫୋରଣରେ ପ୍ରାୟ ଅଦ୍ୟାବଧି ୨୫ଜଣଙ୍କର ମୃତ୍ୟୁ ସଂବାଦ ମିଳିଥିବାବେଳେ ୧୬୦ରୁ ଉର୍ଦ୍ଧ୍ଵ ଆହତ ହୋଇଛନ୍ତି । ଆହତମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଖବର ମିଳିଛି ଯେ ଭାରତୀୟ ଲୋକଙ୍କୁ ଏଥିରେ ଟାର୍ଗେଟ କରାଯାଇଥିଲା । ଧମାକା ପଛରେ ଆଇଏସଆଇର ହାତ ଥିବା ସନ୍ଦେହ କରାଯାଉଛି । ଘଟଣାସ୍ଥଳରେ ବ୍ୟାପକ ଫୋର୍ସ ମୁତୟନ କରାଯାଇଛି । ଏହି ବିସ୍ଫୋରଣ ପାଇଁ ଏ ପର୍ଯ୍ୟନ୍ତ କେହି ନିଜକୁ ଦାୟୀ କରିନାହାନ୍ତି ।

Please follow and like us:
error