ଚାନ୍ଦବାଲିରେ ଅଗ୍ନିକାଣ୍ଡ | Severe fire at Chandbali

STATE

            ଗତକାଲି ବିଳମ୍ବିତ ରାତ୍ରିରେ ଚାନ୍ଦବାଲିରେ ଭୟାବହ ଅଗ୍ନିକାଣ୍ଡ ଘଟିଛି (Severe fire at Chandbali) । ଚାନ୍ଦବାଲିର ମହାନ୍ତି ସାହିରେ  ଅଚାନକ କୁକୁଡା ବ୍ୟବସାୟୀ ଚକ୍ରଧର ମହାନ୍ତିଙ୍କ ପୁଅ କରିଥିବା କୁକୁଡା ଫାର୍ମରେ କୌଣସି କାରଣରୁ ନିଆଁ ଲାଗିଯାଇଥିଲା । କ୍ଷିପ୍ର ଗତିରେ ନିଆଁ ପଡୋଶୀ ଭୀମସେନ ଓ ପଂଚାନନ ରାଉତଙ୍କ ଘରକୁ ବ୍ୟାପି ଯାଇଥିଲା । ସମସ୍ତେ ନିଦରେ ଶୋଇଥିବା ସମୟରେ ନିଆଁ ଲାଗିଥିବାରୁ ଘରର କୌଣସି ଜିନିଷ ପଦାକୁ ବାହାର କରିପାରିନଥିଲେ ।  ତେଣୁ କୁକୁଡା ଫାର୍ମର ୨୦୦୦ କୁକୁଡାଙ୍କ ମୃତ୍ୟୁ ହେବା ସହିତ ରାଉତ ପରିବାରର ବହୁମୂଲ୍ୟ ସମ୍ପତ୍ତି ଜଳି ନଷ୍ଟ ହେଇଯାଇଛି । ଖବର ପାଇ ଚାନ୍ଦବାଲି ଓ ଗଦୀ ଅଞ୍ଚଳରୁ ୩ଟି ଦମକଳ ଆସି ନିଆଁକୁ ଆୟତ୍ତ କରିଥିଲେ ।

            ଅଗ୍ନିକାଣ୍ଡରେ କ୍ଷତିଗ୍ରସ୍ତଙ୍କୁ  ସରକାରୀ ସାହାଯ୍ୟ ଯୋଗାଇ ଦେବା ସହିତ ୭ଦିନ ମାଗଣାରେ ଖାଦ୍ୟ ଯୋଗାଇବାକୁ ଦାବି କରାଯାଇଛି ।

 

@OdishaInfocus News Desk: Odisha Infocus is an Odisha based Online news portal, that keeps you updated on latest news and breaking news of all categories on all locations such as Puri, Bhubaneswar (BBSR), Cuttack and rest of Odisha, India and Globe. It also spreads best articles on Odisha literature like Poem, Short Story, Story for kids, Novels etc.

Please follow and like us: