ପ୍ୟାରିସରେ ଭୟାବହ ଅଗ୍ନିକାଣ୍ଡ ଘଟି ୧୦ ଜୀବନ୍ତ ଦଗ୍ଧ

INTERNATIONAL Stay Focused

ପ୍ୟାରିସରେ ଘଟିଛି ଏକ ଭୟାବହ ଅଗ୍ନିକାଣ୍ଡ । ଅଗ୍ନିକାଣ୍ଡର ଏଡେ ଭୟଙ୍କର ଥିଲା ଯେ ୧୦ ଜଣ ବ୍ୟକ୍ତି ସେଥିରେ ଜୀବନ୍ତ ଜଳିପୋଡି ପାଉଁଶ ହୋଇଯାଇଛନ୍ତି । ଏହା ବ୍ୟତୀତ ଆହୁରି ୩୦ଜଣ ଭୀଷଣ ଗୁରୁତର ହୋଇଛନ୍ତି। ତେଣୁ ଅଗ୍ନିକାଣ୍ଡ ଜନିତ ମୃତ୍ୟୁ ସଂଖ୍ୟା ଆହୁରି ବଢିବାର ଆଶଙ୍କା ଦେଖାଦେଇଛି ।

ଘଟଣାଟି ଘଟିଛି ପ୍ୟାରିସର ଏକ ଆପାର୍ଟମେଣ୍ଟରେ । ଅପାର୍ଟମେଣ୍ଟର ୮ ତାଲା କୋଠାରେ ଗତକାଲି ଅଗ୍ନିକାଣ୍ଡ ଘଟିଥିଲା । ପ୍ରାଥମିକ ପର୍ଯ୍ୟାୟ ତଦନ୍ତରେ ପୋଲିସ ସନ୍ଦେହ କରୁଛି ଯେ କେହି ଦୁର୍ବୃତ୍ତ କୋଠାରେ ନିଆଁ ଲଗାଇ ଦେଇଛି । ଏନେଇ ଜଣେ ବ୍ୟକ୍ତିଙ୍କୁ ସନ୍ଦେହରେ ପୋଲିସ ଧରିନେଇ ପଚରା ଉଚୁରା କରୁଛି । ଅଗ୍ନିଶମ ବିଭାଗ ପକ୍ଷରୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି । ସୂଚନାନୁସାରେ ଆହୁରି ଅନେକ ଲୋକ ଫସି ରହିଥିବା ସନ୍ଦେହ କରାଯାଉଛି । ଦୁଇ ଶହ ଅଗ୍ନିଶମ କର୍ମଚାରୀ ଦୀର୍ଘ ୫ ଘଣ୍ଟା ଧରି ଅକ୍ଲାନ୍ତ ପରିଶ୍ରମ ପରେ ଅଗ୍ନିକୁ ଆୟତ୍ତ କରିବାରେ ସଫଳ ହୋଇଛନ୍ତି ।

Please follow and like us:
error