ପାକିସ୍ତାନରେ ଭୟଙ୍କର ବିମାନ ଦୁର୍ଘଟଣାଗ୍ରସ୍ତ

INTERNATIONAL

ନୂଆଦିଲ୍‍ଲୀ : ଆଜି ପାକିସ୍ତାନରେ ଏକ ଭୟଙ୍କର ବିମାନ ଦୁର୍ଘଟଣା ଘଟିଥିବା ସୂଚନା ମିଳିଛି । ଲ୍ୟାଣ୍ଡିଂ ପୂର୍ବରୁ ପାକିସ୍ତାନ କରାଚୀରେ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ପ୍ରାପ୍ତ ସଂବାଦ ଅନୁସାରେ ପାକିସ୍ତାନ ଇଣ୍ଟରନ୍ୟାସ୍ନାଲ୍ ଏୟାର୍ଲାଇନ୍ସର ଏକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଲାହୋରରୁ କରାଚୀ ଆସୁଥିଲା ଏହି ଯାତ୍ରୀବାହୀ ବିମାନ। ବିମାନରେ ଥିଲେ ୮ ଜଣ କ୍ରୁ ମେମ୍ବର ଓ ୯୯ ପାସେଞ୍ଜର ବୋଲି ପାକିସ୍ତାନ ବେସାମରିକ ବିମାନ ଚଳାଚଳ ଅଧିକାରୀଙ୍କ ପକ୍ଷରୁ ଏହି ସୂଚନା ଦିଆଯାଇଛି। ସମସ୍ତ କ୍ରୁ ମେମ୍ବରଙ୍କ ସହିତ ୯୯ ଯାତ୍ରୀ, ମୋଟ ୧୦୭ ଜଣ ପ୍ରାଣ ହରାଇଛନ୍ତି । ପ୍ଳେନ କ୍ରାସ କରିଥିବା ସ୍ଥାନରେ ଅନ୍ୟୁନ ୫/୬ଟି ଘର ଭାଙ୍ଗି ଯାଇଥିବା କୁହାଯାଉଛି ।

ପାକିସ୍ତାନ ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଏୟାରବସ ଏ୩୨୦ଟି ଜିନ୍ନାହ ଇଣ୍ଟର୍ନ୍ୟାସ୍ନ୍ୟାଲ୍ ଏୟାରପୋର୍ଟରେ ଲ୍ୟାଣ୍ଡିଂ କରିବା ପୂର୍ବରୁ ନିକଟ ଜନବସତିରେ କ୍ରାସ୍ ହୋଇଯାଇଛି। ବିମାନଟି ବାରମ୍ବାର ସେହି ସ୍ଥାନରେ ଲ୍ୟାଣ୍ଡିଂ କରିବାକୁ ଚେଷ୍ଟା କରିଥିଲା, ହେଲେ ସଫଳ ହୋଇପାରିନଥିଲା । ୮ କ୍ରୁ ମେମ୍ବରଙ୍କ ବ୍ୟତୀତ ଏଥିରେ ୯୯ ଜଣ ଯାତ୍ରୀ ଥିବା ସୂଚନା ମିଳିଛି। ବିମାନଟି କ୍ରାସ୍ ହେବା ପରେ ଘଟଣା ସ୍ଥଳରେ କଳାଧୂଆଁ ଛାଇ ଯାଇଥିଲା।

Please follow and like us: