୨୭ରେ ଓଡିଶା ଆସିବେ ଶାହ

NATIONAL

ଭୁବନେଶ୍ବର : ଗତକାଲିଠାରୁ ସରିଲା ତୃତୀୟ ପର୍ଯ୍ୟାୟ ନିର୍ବାଚନ ପ୍ରଚାର । ଏବେ ଜୋରସୋରରେ ଚାଲିଛି ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପ୍ରଚାର । ପ୍ରଥମେ ୨୩ରେ ଆସିବେ ପ୍ରଧାନମନ୍ତ୍ରୀ ମୋଦୀ । ସକାଳ ୧୦ଟା ୩୦ରେ କେନ୍ଦ୍ରପଡାଠାରେ ସେ ବିଜୟ ସଂକଳ୍ପ ସମାବେଶରେ ଉଦ୍ବୋଧନ ଦେଇ ୧୨ଟାରେ ବାଲେଶ୍ଵର ଯିବେ ଓ ସେଠାରେ ଆୟୋଜିତ ସଂକଳ୍ପ ସମାବେଶରେ ଯୋଗ ଦେଇ ସାଧାରଣ ସଭାରେ ସମ୍ବୋଧିତ କରିବେ । ଏହାପରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଆସନ୍ତା ୨୭ ତାରିଖରେ ଓଡ଼ିଶା ଗସ୍ତରେ ଆସିବେ। ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ପ୍ରଚାରର ଶେଷ ଦିନରେ ସେ ମୟୂରଭଞ୍ଜର ମୋରଡ଼ା ଓ ଯାଜପୁର ଜିଲ୍ଲାର ସୁକିନ୍ଦାରେ ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେବେ।

ସେହିପରି କେନ୍ଦ୍ର ମନ୍ତ୍ରୀ ନୀତିନ ଗଡ଼କରୀ ୨୬ ତାରିଖରେ ଯାଜପୁର ଓ ମୟୂରଭଞ୍ଜରେ ଅନୁଷ୍ଠିତ ବିଜୟ ସଂକଳ୍ପ ସମାବେଶରେ ଯୋଗ ଦେବେ ବୋଲି ଦଳର ମୁଖପାତ୍ର ଗୋଲକ ମହାପାତ୍ର ସୂଚନା ଦେଇଛନ୍ତି ।

Please follow and like us: