ଶିବରାଜ କହିଲେ କଂଗ୍ରେସ ଗାନ୍ଧୀ ରଣଛୋଡ ଗାନ୍ଧୀ ହୋଇଛନ୍ତି

STATE

ଭୁବନେଶ୍ଵରରେ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେଡ଼ି ଓ କଂଗ୍ରେସ ଉପରେ ଗରଜିଛନ୍ତି ବିଜେପିର ବରିଷ୍ଠ ନେତା ତଥା ମଧ୍ୟପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ ।  ସେ କହିଥିଲେ ଯେ କଂଗ୍ରେସ ପରିବାରବଡ ରାଜନୀତି ଉପରେ ବିଶ୍ଵାସ କରୁଛି । କିନ୍ତୁ ବିଜେପି ପରିବାରବଡ ରାଜନୀତିରେ ବିଶ୍ଵାସ କରେନି, ଲୋକଙ୍କ ବିକାଶ ଚାହେଁ । ଶିବରାଜ ମତ ରଖିଥିଲେ ଯେ ତିନି ତଲାକ ପରି ଐତିହାସିକ ବିଲ ପାସ କରି ବିଜେପି ଅସ୍ଥାଭାଜନ ହୋଇଛି ।

କଂଗ୍ରେସକୁ ଆକ୍ଷେପ କରି କହିଥିଲେ ଯେ କଂଗ୍ରେସ ମୁଖିଆ ଚୟନ ନେଇ ଟଣାଓଟରା ଚାଲିବା ହାସ୍ୟାସ୍ପଦ । ଶୋଚନୀୟ ପରାଜୟ ପରେ କଂଗ୍ରେସ ଗାନ୍ଧୀ ରଣଛୋଡ ଗାନ୍ଧୀ ହୋଇଛନ୍ତି । ୩୭୦ ଉଚ୍ଛେଦ ପ୍ରସଙ୍ଗରେ ପଣ୍ଡିତ ଜବାହାରଲାଲ ନେହରୁଙ୍କୁ ସମାଲୋଚନା କରି କହିଥିଲେ ଯେ କାଶ୍ମୀର ସମସ୍ୟାର ଜନକ ହେଉଛନ୍ତି ଜବାହାରଲାଲ ନେହରୁ । ନେହରୁଙ୍କ କାଶ୍ମୀର ଭୁଲକୁ ସୁଧାରିଲେ ନରେନ୍ଦ୍ର ମୋଦି ।

ରାଜ୍ୟସରକାରଙ୍କ କାଳିଆ ଯୋଜନାକୁ ଟାର୍ଗେଟ କରି ଶିବରାଜ କହିଥିଲେ ଯେ ଆୟୁଷ୍ମାନ ଯୋଜନା ଲାଗୁ ନ କରି କାଳିଆ ଟଙ୍କା ବାଣ୍ଟିବା ଅପାରଗତାର ପରିଚୟ । ଶ୍ଵେତପତ୍ର ଜରିଆରେ ରାଜ୍ୟର ଚାଷୀଙ୍କ ତାଲିକା ପ୍ରକାଶ ପାଇଁ ଶିବରାଜ ଦାବି କରି ଆୟୁଷ୍ମାନ ଯୋଜନାରେ ଚାଷୀଙ୍କୁ ସାମିଲ ପାଇଁ ତୁରନ୍ତ ତାଲିକା ଦେବାକୁ କହିଥିଲେ । ସେ କହିଥିଲେ ଯେ ଆୟୁଷ୍ମାନ ଯୋଜନାରେ ଓଡିଶା ସାମିଲ ହେଲେ ବିକାଶ ସୁନିଶ୍ଚିତ । କେନ୍ଦ୍ରରେ ବିଜେପିକୁ ବିଜେଡ଼ିର ସହଯୋଗ ନେଇ ପ୍ରାଶନରେ ପ୍ରତିକ୍ରିୟାର୍ଫେ ପ୍ରକାଶ କରିଥିଲେ ଯେ ବିଜେଡ଼ି କେବଳ ରାଜନୈତିକ ସହଯୋଗ କରୁଛି, ଅନ୍ୟ କିଛି ସମ୍ପର୍କ ନାହିଁ । ଓଡିଶାରେ ବିଜେପି ଏକାକୀ ଲଢିବ, ସରକାର ଗଢିବ । ରାଜ୍ୟରେ ଜଳସେଚନ ସ୍ଥିତି ନେଇ ସରକାରଙ୍କୁ ସମାଲୋଚନା କରି କହିଥିଲେ ଯେ ପାଣ୍ଠି ବିନିଯୋଗ ନ ହୋଇ ସମୁଦ୍ରକୁ ଯାଉଛି, ବ୍ୟବହାର ଉପଯୋଗୀ ହୋଇପାରୁନି । ରାଜ୍ୟ ସରକାର ଚାଷକୁ ପର୍ଯ୍ୟାପ୍ତ ଜଳସେଚିତ କରିବାରେ ବିଫଳ ହୋଇଛନ୍ତି । ଏପରି ହେଲେ ଚାଷୀକୁଳର କିପରି ବିକାଶ ହେବ ବୋଲି ଶିବରାଜ ପ୍ରଶ୍ନ କରିଥିଲେ ।

Please follow and like us:
error