ଶ୍ରୀକ୍ଷେତ୍ର ସମାଚାର | Shreekhetra news

STATE

            Shreekhetra news । ଆଜି ପୃଥିବୀ ପ୍ରସିଦ୍ଧ ପବିତ୍ର ରଥଯାତ୍ରା । ପୁରୀରେ ଆଜି ଲକ୍ଷାଧିକ ଭକ୍ତ ଓ ଶ୍ରଦ୍ଧାଳୁ । ପାଗ ମଧ୍ୟ ଭଲ ଅଛି । ଆଜି ଭକ୍ତଙ୍କ ପାଖକୁ ଆସୁଛନ୍ତି ମହାପ୍ରଭୁ । ଭକ୍ତିପୂତମୟ ପରିବେଶରେ ସାରା ସହର ମୁଖରିତ । ଭଜନ କୀର୍ତ୍ତନ ଧ୍ବନିରେ ଗଗନ ପବନ ପ୍ରକମ୍ପିତ । କୁହାଯାଏ ମହାପ୍ରଭୁଙ୍କ ଏହି ରଥଯାତ୍ରା ଦେଖିବାକୁ ସ୍ଵର୍ଗରୁ ଦେବତାମାନେ ଓହ୍ଲାଇ ଆସି ଆକାଶରେ ରହି ଏହି ଦୃଶ୍ୟକୁ ଉପଭୋଗ କରିବାର ସୌଭାଗ୍ୟ ଲାଭ କରନ୍ତି ।

            ଶ୍ରୀମନ୍ଦିରରେ ସଂସ୍କାର ଓ ଶୃଙ୍ଖଳା ନେଇ ଓଡିଶାର ରାଜ୍ୟପାଳ ପ୍ରଫେସର ଗଣେଶି ଲାଲ ଶୁକ୍ରବାର ଦିନ ଅପରାହ୍ନରେ ଗୋବର୍ଦ୍ଧନ ପୀଠର ଶଙ୍କରାଚାର୍ଯ୍ୟ ସ୍ଵାମୀ ନିଶ୍ଚଳାନନ୍ଦ ସରସ୍ଵତୀଙ୍କ ସହ ଆଲୋଚନା କରିଛନ୍ତି। ଆଲୋଚନା ଶେଷରେ ଶଙ୍କରାଚାର୍ଯ୍ୟ ଗଣମାଧ୍ୟମକୁ ଜଣାଇଛନ୍ତି ଯେ ରାଜ୍ୟପାଳଏନକେ ସହ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ହୋଇଛି । ସେ ରଥଯାତ୍ରା ଶୃଙ୍ଖଳିତ କରିବାକୁ ପରାମର୍ଶ ଦେଇଛାଣ୍ଟି । ସେ କହିଥିଲେ ଯେ ଶ୍ରୀମନ୍ଦିର ଶୋଧନର ଆବଶ୍ୟକତା ରହିଛି । ଠାକୁରଙ୍କ ନୀତିକାନ୍ତି ଓ ସେବପୂଜା ଉପରେ ବିଶେଷ ଗୁରୁତ୍ଵ ଦେବାକୁ ହେବ । ସେବାୟତ ପିଲାଙ୍କୁ ଶିକ୍ଷା ଦେବା ପାଇଁ ଆବାସିକ ବିଦ୍ୟାଳୟ ପ୍ରତିଷ୍ଠା ହେବା ଦରକାର ବୋଲି ମତ ଦେଇଥିଲେ । ସାଙ୍ଗରେ ୬ ଜଣ ସହଯୋଗୀଙ୍କୁ ନେଇ ଜଗନ୍ନାଥଙ୍କ ଦର୍ଶନ ପାଇଁ ରଥକୁ ଯିବେ ।

            ପୂର୍ବାହ୍ନରେ ପୁରୀ ରାଜଭବନକୁ ଯାଇ ଗଜପତି ମହାରାଜ ଦିବ୍ୟସିଂହ ଦେବ ରାଜ୍ୟପାଳଙ୍କୁ ଭେଟି ବିଭିନ୍ନ ପ୍ରସଙ୍ଗରେ ଆଲୋଚନା କରିଥିଲେ ।

            ଗତକାଲି ତିନି ରଥର ସୁରକ୍ଷା ପାଇଁ ଶ୍ରୀମନ୍ଦିରରୁ ମାଳ, ମହାପ୍ରସାଦ ଓ ଖଣ୍ଡୁଆ ଯାଇ ଅଷ୍ଟଶକ୍ତିଙ୍କୁ ନିମନ୍ତ୍ରଣ କରଯାଇଥିଲା । ଆଜି ସେମାନଙ୍କ ପକ୍ଷରୁ ଆଜ୍ଞାମାଳ ଆସି ରଥରେ ବନ୍ଧା ଯିବାର ପ୍ରଥା ରହିଛି ।

 

@OdishaInfocus News Desk: Odisha Infocus is an Odisha based Online news portal, that keeps you updated on latest news and breaking news of all categories on all locations such as Puri, Bhubaneswar (BBSR), Cuttack and rest of Odisha, India and Globe. It also spreads best articles on Odisha literature like Poem, Short Story, Story for kids, Novels etc.

Please follow and like us: