ଜାଣିଛନ୍ତି କି – ସାରା ବର୍ଷର ଆୟବ୍ୟୟର ହିସାବ ଶ୍ରୀଜଗନ୍ନାଥ ନିଅନ୍ତି ବୋଲି ?

MYTHOLOGY STATE

ଶ୍ରୀମନ୍ଦିର : ମାନବୀୟ ଲୀଳା କରୁଛନ୍ତି ଶ୍ରୀଜଗନ୍ନାଥ । ଅଫିସ ଓ ବିଭିନ୍ନ ସଂସ୍ଥା ମାନଙ୍କରେ ଯେପରି ଆୟବ୍ୟୟର ହିସାବ ନିଆଯାଏ, ସେପରି ବର୍ଷ ସାରାର ହିସାବ ଜଗନ୍ନାଥ ନେଇଥାନ୍ତି । ତାଙ୍କ ତରଫରୁ ତାଙ୍କ ନିର୍ଦ୍ଦେଶରେ ପ୍ରଭୁ ସୁଦର୍ଶନ ଏହି କାର୍ଯ୍ୟ ସମ୍ପାଦନା କରିଥାନ୍ତି । ଏହି କାର୍ଯ୍ୟ ପବିତ୍ର ରାଧାଷ୍ଟମୀ ଦିନ କରାଯାଇଥାଏ । ଭାଦ୍ରବ ଶୁକ୍ଳ ଅଷ୍ଟମୀ ତିଥିରେ କୃଷ୍ଣ ପ୍ରାଣପ୍ରିୟା ରାଧାରଣୀଙ୍କର ଜନ୍ମଦିବସ । ଏହି ଦିନ ପ୍ରଭୁ ତାଙ୍କର ପ୍ରତିନିଧି ସୁଦର୍ଶନଙ୍କୁ ତାଙ୍କର ଭଣ୍ଡାର ରକ୍ଷକ ହରଚଣ୍ଡୀ ସାହି ସ୍ଥିତ ଜମ୍ବେଶ୍ଵର ମନ୍ଦିରକୁ ପଠାଇଥାନ୍ତି । ଜମ୍ବେଶ୍ଵର ହିଁ ହେଉଛନ୍ତି ମହାଦେବ । ସେ ହିଁ ମହାପ୍ରଭୁ ଜଗନ୍ନାଥଙ୍କର ଭଣ୍ଡାର ରକ୍ଷକ । ବର୍ଷକ ଯାକର ଆୟବ୍ୟୟର ହିସାବ ରଖନ୍ତି ସେ ।

            ପ୍ରତ୍ୟେକ ବର୍ଷ ରାଧାଷ୍ଟମୀ ଦିନ ମହାପ୍ରଭୁ ସୁଦର୍ଶନ ଶ୍ରୀଜଗନ୍ନତଙ୍କ ଆଜ୍ଞାମାଳ ପ୍ରାପ୍ତ ହୋଇ ଜଗମୋହନରେ ଥିବା ଚଉଦୋଳରେ ବିଜେ ହୋଇଥାନ୍ତି । ବିମାନବଡୁମାନେ ତାଙ୍କ ଚଉଦୋଳ ଝୁଲଣ ମଣ୍ଡପ ତଳକୁ ନିଅନ୍ତି । ସେଠାରୁ ଜାମ୍ବେଶ୍ଵରଙ୍କ ଜହ୍ନିମୁଣ୍ଡିଆ ଉପରେ ବିଜେ କରାଇଥାନ୍ତି । ସେଠାରେ ପ୍ରସାଦ ଲାଗି ହୋଇ ଶୀତଳ ଭୋଗ ଓ ବନ୍ଦାପନା ପରେ ଜମ୍ବେଶ୍ଵର ମନ୍ଦିରର ପୂଜାପଣ୍ଡା ବର୍ଷକର ଆୟବ୍ୟୟ ହିସାବ ବୁଝାନ୍ତି । ଏହାପରେ ବଡଦେଉଳକୁ ବାହୁଡା ବିଜେ କରନ୍ତି । ଆସିବା ବାଟରେ ବିଭିନ୍ନ ସ୍ଥାନରେ ସେ ପନ୍ତି ଭୋଗ ଖାଇ ଆସିଥାନ୍ତି ।

            ଏହି କ୍ରମରେ ଗତକାଲି ସୋମବାର ଦିନ ତାଙ୍କର ଜମ୍ବେଶ୍ଵର ମନ୍ଦିର ବିଜେ ଓ ଶ୍ରୀମନ୍ଦିର ବାହୁଡା ନୀତି ସମ୍ପନ୍ନ କରଯାଇଥିଲା ।

@OdishaInfocus News Desk

Please follow and like us: