ଶ୍ରୀମନ୍ଦିରରେ ଶ୍ରୀକୃଷ୍ଣ ବାଲ୍ୟଲୀଳା ନୀତି ସମାପ୍ତ

MYTHOLOGY News STATE

ପୁରୀ : ଗତକାଲି ଥିଲା ଶ୍ରୀମନ୍ଦିରରେ ଚାଲିଥିବା ଶ୍ରୀକୃଷ୍ଣ ବାଲ୍ୟଲୀଳା ନୀତିର ଅନ୍ତିମ ପର୍ଯ୍ୟାୟ । ମଧ୍ୟାହ୍ନ ଧୂପ ପରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ରାମକୃଷ୍ଣ ପାଲିଙ୍କିରେ ବସି କୁଣ୍ଢାଇବେଣ୍ଟ ସାହିର ଲବଣୀଖିଆ ଛକ ସ୍ଥିତ ସୁନ୍ଦରା ଜାଗା ପନ୍ତି ଘରକୁ ବିଜେ ହୋଇଥିଲେ । ସେଠାରେ କୃଷ୍ଣଙ୍କ ବାଲ୍ୟଲୀଳାର ଏକ ଅଂଶ ଲବଣୀଖିଆ ନୀତି ସମ୍ପାଦନ ହୋଇଥିଲା ।

             ତାପରେ ରାମକୃଷ୍ଣ ପାଲିଙ୍କିରେ ମରିଚିକୋଟ ଛକ ସ୍ଥିତ ମରୀଚି ଠାକୁରାଣୀଙ୍କ ପନ୍ତି ଭୋଗ ପାଇଥିଲେ । ସେଠାରେ ମୁଷ୍ଟିକ ଓ ଚାଣୁର ନାମରେ ମଲ୍ଲଙ୍କ ସହ ମଲ୍ଲ ଯୁଦ୍ଧ ନୀତି ସମ୍ପାଦନ ହୋଇଥିଲା ।

            ଏହାପରେ ଗଜପତିଙ୍କ ଶ୍ରୀନଅରଠାରେ ଜଣେ ସେବକ କୁବ୍ଜା ବେଶ ଧରି କୃଷ୍ଣଙ୍କୁ ଚନ୍ଦନ ଚର୍ଚ୍ଚିତ କରାଇଥିଲେ । ଶ୍ରୀକୃଷ୍ଣ ତାଙ୍କୁ ଆଜ୍ଞାମାଳ ଦେଇ ଏକ ସୁନ୍ଦରୀ ନାରୀ ରୂପ ଦେଇଥିଲେ ଓ କୁବ୍ଜା ଜନମରୁ ଉଦ୍ଧାର କରିଥିଲେ ।

            ତତ୍ପରେ ରାମକୃଷ୍ଣ ସିଂହଦ୍ଵାର ସମ୍ମୁଖ ବଡଛତା ମଠ ସମ୍ମୁଖରେ ପହଞ୍ଚି ଥିଲେ । ସେଠାରେ ବାଲିସାହି ଆଖଡା ପକ୍ଷରୁ କଂସବଧ ପ୍ରସ୍ତାବ ଆଗତ ହୋଇ କଂସବଧ ନୀତି ସମ୍ପନ୍ନ ହୋଇଥିଲା ଓ  ଶ୍ରୀକୃଷ୍ଣଙ୍କ ବାଲ୍ୟଲୀଳା ନୀତିର ସମାପ୍ତି ଘଟିଥିଲା ।

@OdishaInfocus News Desk

Please follow and like us: