teacher

ଶିକ୍ଷା ସହାୟକଙ୍କ ଆନ୍ଦୋଳନ ସ୍ଥଗିତ

STATE

            ସରକାର ମାନି ନେଇଛନ୍ତି ଶିକ୍ଷା ସହାୟକଙ୍କ Sikshya Sahayak ଦାବି । ରାଜ୍ୟ ଶିକ୍ଷା ସହାୟକ ସଂଘ ପକ୍ଷରୁ କରାଯାଇଥିବା ଆଂଦୋଳନର ସମୁଦାୟ ୭ଟି ଦବୀରୁ ୪ଟି ଦାବି ସରକାର ମାନି ନେଇଛନ୍ତି । ଗଣଶିକ୍ଷା ମନ୍ତ୍ରୀଙ୍କ ସହ ସଂଘ ପକ୍ଷରୁ ହେଇଥିବା ଆଲୋଚନାରୁ ଏହା ଜଣାପଡିଛି । ସଂଘ ସଭାପତି ମାଲୟ ଜେନା ଓ ଉପଦେଷ୍ଟା ସୁନୀଲ ପ୍ରଧାନ ଏହା ଜଣାଇଛନ୍ତି । ଫଳରେ ସଂଘର ଆନ୍ଦୋଳନ ସ୍ଥଗିତ ରଖାଯାଇଛି ।

            ୨୪ ହଜାରରୁ ଅଧିକ ଶିକ୍ଷା ସହାୟକ Sikshya Sahayak ନିୟମିତ ହେବେ । ୬ ବର୍ଷ ପୂରଣ କରିଥିଲେ ଖାଲି ପଦବୀ ଅନୁସାରେ ନିୟମିତ କରାଯିବ ।

            ୭ମ ବେତନ କମିଶନ ଅନୁସାରେ ୨୫% ଦରମା ବୃଦ୍ଧି କରାଯିବ ।

            କେନ୍ଦ୍ର ଓ ରାଜ୍ୟର ମିଳିତ ଦେୟର ୪୦% ଦରମା ବୃଦ୍ଧି ପ୍ରତିଶ୍ରୁତି ଦେଲେ ଗଣଶିକ୍ଷା ମନ୍ତ୍ରୀ । କେନ୍ଦ୍ର ସରକାର ମଧ୍ୟ ୬୦% ଦରମା ବୃଦ୍ଧି କରିବା ନେଇ ରାଜ୍ୟ ସରକାର କେନ୍ଦ୍ର ସରକାରଙ୍କୁ ଚିଠି ମଧ୍ୟ ଲେଖିଛନ୍ତି ।

            ୭ଟି ଦାବୀରୁ ୪ଟି ଦାବି ରାଜ୍ୟ ସରକାର ମାନି ନେବା ନେଇ ଗଣଶିକ୍ଷାମନ୍ତ୍ରୀ ମଧ୍ୟ ସୂଚନା ଦେଇଛନ୍ତି ।

Please follow and like us: