ସୀତାରମଣ ଜଣାଇଲେ ଅନ୍ୟ ଦେଶଠୁ ଆମ ଆର୍ଥିକ ଅବସ୍ଥା ଭଲ

NATIONAL

କେନ୍ଦ୍ର ଅର୍ଥମନ୍ତ୍ରୀ ସୀତାରମଣ ଏକ ପ୍ରେସମିଟରେ କହିଛନ୍ତି ଯେ ଅନ୍ୟ ଦେଶ ତୁଳନାରେ ଭାରତର ଆର୍ଥିକ ଅବସ୍ଥା ଢେର ଭଲ ଅଛି । ବିଶ୍ବରେ ଭାରତର ଅର୍ଥନୀତି ମଜବୁତ ଅଛି । ଏପରିକି ଚୀନ ଓ ଆମେରିକାଠାରୁ ଭାରତର ଅର୍ଥନୀତି ଭଲ ଅଛି ବୋଲି ସେ ପ୍ରକାଶ କରିଛନ୍ତି । ଏବକାର ମାନ୍ଦାବସ୍ଥା ନେଇ ସେ କହିଥିଲେ ଯେ ଅର୍ଥନୀତିର ସୁଧାର ଏକ ନିରନ୍ତର ପ୍ରକ୍ରିୟା ।  

loading...

ସୀତାରମଣ କହିଛନ୍ତି, ‘ଦେଶର ଟିକସ, ଶ୍ରମ ବ୍ୟବସ୍ଥାରେ ସୁଧାର ଆଣିଛୁ ।“ ସେ ଘୋଷଣା କରିଥିଲେ କି ଏଫପିଆଇରୁ ସରଚାର୍ଜ ପ୍ରତ୍ୟାହାର ହେବ । ଜିଏସଟି ଋଫଣ୍ଡକୁ ଆହୁରି ସହଜ କରାଯିବ । ବିଭିନ୍ନ ବ୍ୟାଙ୍କକୁ ଦିଆଯିବ ୭୦ ହଜାର କୋଟି ଟଙ୍କା । ୨୦୨୦ ଜୁନ ଯାଏ ଗାଡି ପଞ୍ଜୀକରଣର ଫି ବୃଦ୍ଧି କରାଯିବନି । ବିଏସ-୪ ଗାଡିର ପଞ୍ଜୀକରଣ ବର୍ତ୍ତମାନ ପାଇଁ ଜାରି ରହିବ ।

Please follow and like us:
error
loading...