କେନ୍ଦ୍ର କ୍ୟାବିନେଟରେ କେତେକ ଗୁରୁତ୍ଵପୂର୍ଣ ପ୍ରସ୍ତାବକୁ ମଞ୍ଜୁରୀ

NATIONAL

କେନ୍ଦ୍ର କ୍ୟାବିନେଟରେ ଆଜି କେତେକ ଗୁରୁତ୍ଵପୂର୍ଣ ପ୍ରସ୍ତାବ ଉପରେ ସରକାର ମୋହର ମରିଛନ୍ତି । ଏଥିରେ ବହୁ ଗୁରୁତ୍ଵପୂର୍ଣ ପ୍ରସ୍ତାବ ରହିଛି, ଯାହାକୁ ମଞ୍ଜୁରୀ ଦେଇଛନ୍ତି କେନ୍ଦ୍ର ସରକାର । ଏଥିରେ ଟ୍ରାନ୍ସ ଜେଣ୍ଡରମାନଙ୍କ ସୁରକ୍ଷା ସମ୍ପର୍କିତ ବିଲକୁ କ୍ୟାବିନେଟ ମଞ୍ଜୁରୀ ଦେଇଛି । ଟ୍ରାନ୍ସଜେଣ୍ଡରଙ୍କୁ ସାମାଜିକ, ନୈତିକ ସୁରକ୍ଷା ଦେବାକୁ ବିଲରେ ବ୍ୟବସ୍ଥା ରହିଛି । ବୃତ୍ତିଗତ ନିରାପତ୍ତା, ସ୍ୱାସ୍ଥ୍ୟ ଓ କର୍ମକ୍ଷେତ୍ର ପରିସ୍ଥିତି ବିଲକୁ ମଞ୍ଜୁରୀ ମିଳିଛି ।

ସବୁଠୁ ବଡ କଥା ହେଲା, ଶିଶୁ ନିର୍ଯ୍ୟାତନା ସମ୍ପର୍କିତ ପୋକ୍ସୋ ଆଇନରେ ସଂଶୋଧନକୁ ମଞ୍ଜୁରୀ ଦିଆଯାଇଛି । ଶିଶୁଙ୍କୁ ଯୌନ ନିର୍ଯ୍ୟାତନା ପାଇଁ ଆଇନରେ ମୃତ୍ୟୁଦଣ୍ଡ ପର୍ଯ୍ୟନ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଛି । ପ୍ରାକୃତିକ ବିପର୍ଯ୍ୟୟ ବେଳେ ଶିଶୁଙ୍କୁ ଯୌନ ନିର୍ଯ୍ୟାତନାରୁ ରକ୍ଷା ନେଇ ମଧ୍ୟ ବ୍ୟବସ୍ଥା କରାଯାଇଛି ।

Please follow and like us:
error