Murder

ମଦ ପାଇଁ ବାପାର ଜୀବନ ନେଲା ପୁଅ

STATE Stay Focused

ବ୍ରହ୍ମପୁର : ସଦର ଥାନା ଅନ୍ତର୍ଗତ ଲାଠି ଗାଁରେ ଘଟିଛି ହୃଦୟ ବିଦାରକ ଅଘଟଣ । ମଦ ଖାଇବା ପାଇଁ ପୁଅ ଆପଣାଇଲା ହତ୍ୟାର ରାସ୍ତା । ବାପା ମଦ ପାଇଁ ଟଙ୍କା ନଦେବାରୁ ପୁଅ ବାପାକୁ ଠେଙ୍ଗାରେ ପିଟି ପିଟି ହତ୍ୟା କଲା । ଟିକେ ହେଲେ ବି ଭବିଲାନି କେତେ ଦୁଃଖକଷ୍ଟରେ ବାପା ମା ତାକୁ ମଣିଷ କରିଛନ୍ତି । ଛାର ମଦ ପାଇଁ ନିଶାଗ୍ରସ୍ତ ପୁଅ ଅତି ସହଜରେ ନେଇଗଲା ବାପାର ଜୀବନ । ଭାବିଲା ମଦ ନିଶା ବାପାର ଜୀବନ ଠାରୁ ବି ଅଧିକ ।

ମୃତ ବାପା ହେଉଛନ୍ତି ଅଭି ନାୟକ ଆଉ ତାଙ୍କୁ ହତ୍ୟା କରିଥିବା ପୁଅ ହେଲେ ସିମାଞ୍ଚଳ ନାୟକ । ସଦର ଥାନା ପୋଲିସ ଅଭିଯୁକ୍ତ ପୁଅକୁ ଥାନାରେ ଅଟକ ରଖି ପଚରା ଉଚୁରା କରୁଛନ୍ତି ।

Please follow and like us: