ପୁଅ ହାଣି ଦେଲା ମା’କୁ

STATE

ପୁଣି ଏକ ନୃଶଂସ ଘଟଣା ନଜରକୁ ଆସିଛି । ଜନ୍ମିତ ପୁଅ ନିଜର ମା’କୁ ହାଣି ଦେଇଛି । ଭାବିଲାନି ଏହି ମା ଯୋଗୁ ସେ ଏହି ସୁନ୍ଦର ସଂସାରକୁ ଆସିଛି । ମା ଯୋଗୁ ଦୁନିଆକୁ ଚିହ୍ନିଛି । କୋଳେଇ କାଖେଇ ଏହି ମା ତାକୁ ଛୋଟରୁ ବଡ କରିଛି। ସବୁକିଛି ଭୁଲିଗଲା ପୁଅ । ଟାଙ୍ଗିଆ ଚୋଟ ଦେଇ ମାରିଦେଲା ମା’କୁ ଅତି ନିଷ୍ଠୁର ଭାବରେ । 

ଘଟଣାଟି ଘଟିଛି ଆଠଗଡ ଅଞ୍ଚଳରେ । ଚୌଦ୍ଵାର କଖଡି ବଜାରସାହିରେ ଏହି ହତ୍ୟାକାଣ୍ଡ ସଂଘଟିତ ହୋଇଛି । ଅଭିଯୁକ୍ତ ପୁଅ ମା’କୁ ମାରିଦେବାପରେ ଘଟଣାସ୍ଥଳରୁ ଫେରାର ହୋଇଯାଇଛି । ସାମାନ୍ୟ ଘରୋଇ କଳହକୁ କେନ୍ଦ୍ର କରି ମା’କୁ ପୁଅ ହତ୍ୟାକରିଥିବା ଜଣାପଡିଛି । ଘଟଣାଟି ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇଦେଇଛି ।

Please follow and like us:
error