ଶ୍ରୀମନ୍ଦିର ହାଲଚାଲ

MYTHOLOGY STATE

            ଗତକାଲି ଶ୍ରୀମନ୍ଦିରରେ ଦୁଇଟି ବିଶେଷ ନୀତି ପାଳନ ହୋଇଥିଲା । ଶ୍ରୀମନ୍ଦିରରେ ଚାଲିଥିବା କୃଷ୍ଣଙ୍କ ବାଲ୍ୟଲୀଳାର ଏହା ଥିଲା ଅଂଶବିଶେଷ । ଗୋଟିଏ ହେଲା ଶ୍ରୀକୃଷ୍ଣଙ୍କୁ ବଧ କରିଥିବାକୁ କଂସ ପଠାଇଥିଲା ଏକ ବିଶାଳ ହାତୀ ଯାହାକୁ ଶ୍ରୀକୃଷ୍ଣ ବଧ କରିଥିଲେ । ଏହି ଲୀଳା ସନ୍ଧ୍ୟା ଧୂପ ପରେ ସିଂହଦ୍ଵାର ନିକଟ ବଡଛତା ମଠ ସମ୍ମୁଖରେ ଶ୍ରୀମନ୍ଦିରରୁ ରାମକୃଷ୍ଣଙ୍କୁ ପାଲିଙ୍କିରେ ବିଜେ କରାଇ ସମ୍ପାଦିତ ହୋଇଥିଲା । ଆର ଲୀଳାଟି ଥିଲା ଦ୍ଵାପର ଯୁଗରେ ଜଣେ ପ୍ରିୟ ଅନ୍ଧ ଭକ୍ତ ତଥା ସାଥୀଙ୍କୁ ଚକ୍ଷୁଦାନ କରିବା। ଏହା ମଧ୍ୟ ସନ୍ଧ୍ୟା ଧୂପ ପରେ ଶ୍ରୀମଦନ ମୋହନ ମହାପ୍ରଭୁଙ୍କ ଆଜ୍ଞାମାଳ ପାଇ ନାଟପା ମଣ୍ଡପକୁ ପାଲିଙ୍କିରେ ବିଜେ ହୋଇ ସମ୍ପାଦିତ କରିଥିଲେ ।

            ନବକଳେବର ସମୟରେ ଅର୍ଥାତ ୨୦୧୫ ମସିହାରେ ବହୁଚର୍ଚ୍ଚିତ ବ୍ରହ୍ମସଂସ୍ଥାପନ କ୍ଷେତ୍ରରେ ବିବାଦ ଜୋର ଧରିଥିଲା । ସେନେଇ ତଦନ୍ତ ନିମନ୍ତେ  ରାଜ୍ୟ ସରକାର ତତ୍କାଳୀନ ମୁଖ୍ୟ ପ୍ରଶାସକ ସୁରେଶ ଚନ୍ଦ୍ର ମହାପାତ୍ରଙ୍କୁ ଦାୟିତ୍ଵ ଦେଇଥିଲେ । ତାଙ୍କର ବଦଳି ପରେ ପ୍ରଦୀପ ଜେନାଙ୍କ ସମୟରେ ବ୍ରହ୍ମବିଭାତ ନେଇ ରିପୋର୍ଟ ଆସିଥିଲା । ହେଲେ ଆଜିପର୍ଯ୍ୟନ୍ତ ତାହା ପ୍ରକାଶ କରାଯାଇନାହିଁ । ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯିବା ପରେ ଗଠିତ ହୋଇଥିବା ସବକମିଟି ବୈଠକ ଗତକାଲି ଶ୍ରୀମନ୍ଦିର କାର୍ଯ୍ୟାଳୟଠାରେ ବସିଥିଲା । କମିଟି ବୈଠକରେ କହିଛି ଯେ ଆସନ୍ତା ୩୦ ସୁଦ୍ଧା ପରିଚାଳନା କମିଟିକୁ ରିପୋର୍ଟ ହସ୍ତାନ୍ତର କରିବ । ତେଣୁ ଆଶା କରାଯାଉଛି କି ଆସନ୍ତା ଅକ୍ଟୋବରରେ ଏହି ରିପୋର୍ଟ ସାର୍ବଜନୀନ କରାଯାଇପାରେ ।

            ରାଜ୍ୟ ସରକାରଙ୍କ ପକ୍ଷରୁ ଶ୍ରୀମନ୍ଦିର ପରିଚାଳନାଗତ ମାମଲାରେ ଗଠିତ ତିନିଜଣିଆ କମିଟି ପାଳିଆ ସେବକଙ୍କୁ ଡାକିବା ନିମନ୍ତେ ନିଯୁକ୍ତ ହେଉଥିବା ଚର୍ଚ୍ଚାମାନଙ୍କୁ ବାଦ ଦେବାକୁ ସୁପାରିସ କରିଛନ୍ତି । ସୁପ୍ରିମକୋର୍ଟ ଏହାକୁ ଅନୁମୋଦନ କାଲେ ପାଳିଆ ସେବକଙ୍କୁ ଡାକିବାର ପ୍ରଥା ବନ୍ଦ ହୋଇଯିବ । କିନ୍ତୁ ୩ ଜଣିଆ କମିଟିର ଉକ୍ତ ପ୍ରସ୍ତାବକୁ ସେବକଗୋଷ୍ଠୀଙ୍କ ପକ୍ଷରୁ ବିରୋଧ କରାଯାଇଛି । ସେମାନଙ୍କର କହିବ କଥା ଏହି ପରମ୍ପରା ବହୁ ଦିନରୁ ଚାଲିଆସୁଛି । କାରଣ କେତେକଙ୍କ ସେବା ଦୈନନ୍ଦିନ ହୋଇଥିବାବେଳେ କେତେକଙ୍କ ସେବା ମାସେ ଦୁଇମାସରେ ପଡେ । ତେଣୁ ଯେଉଁମାନଙ୍କର ସେବା ଦୈନନ୍ଦିନ ନୁହଁ, ସେମାନେ ତାଙ୍କର ପାଳି ଦିନକୁ ମନେ ରଖିବା ବା ମନେ ପକାଇବା ସହଜ ନୁହଁ । ତେଣୁ ଯଦି ଏହି ପରମ୍ପରା ବନ୍ଦ କରାଯାଏ ତେବେ ତାହାର ଏକ ବିକଳ୍ପ ବାହାର କରିବା ଦରକାର । ସେହିଭଳି ପ୍ରତ୍ୟେକ ପରମ୍ପରା ପଛରେ କିଛି ନା କିଛି କାରଣ ରହିଛି । ତେଣୁ ଏହାର ତର୍ଜ୍ଜମା କରିବା ଆବଶ୍ୟକ ।

@OdishaInfocus News Desk

Please follow and like us:
error