ଫନି କାରଣରୁ ପର୍ଯ୍ୟଟକଙ୍କ ନିମନ୍ତେ ପୁରୀରୁ ସ୍ଵତନ୍ତ୍ର ଟ୍ରେନ

STATE

କରାଳ ରୂପ ଧରି ଓଡିଶା ମୁହାଁ ହେଉଛି ସାମୁଦ୍ରିକ ବାତ୍ୟା ‘ଫନି’ । ସତର୍କତା ପଦକ୍ଷେପ ସ୍ୱରୂପ ୧୦୩ଟି ଟ୍ରେନ ବାତିଲ କରାଯାଇଛି । ଏହି ପରିପ୍ରେକ୍ଷୀରେ ପୁରୀରୁ ବିଭିନ୍ନ ଦିଗକୁ ଟ୍ରେନ ବାତିଲ ହୋଇଥିବା କାରଣରୁ ପର୍ଯ୍ୟଟକମାନେ ହନ୍ତସନ୍ତ ହେଉଛନ୍ତି । ଏଭଳି ସ୍ଥିତିରେ ପର୍ଯ୍ୟଟକମାନଙ୍କୁ କୁହାଯାଇଥିଲା ଯେ ସେମାନେ ନିଜର ଫେରନ୍ତି ନିମନ୍ତେ ନିଜେ ବ୍ୟବସ୍ଥା କରିବାକୁ । ଏଣେ ହୋଟେଲ ଛାଡିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି । ଏସବୁକୁ ନେଇ ଶେଷରେ ରେଳ କର୍ତ୍ତୃପକ୍ଷ ପୁରୀରୁ ପର୍ଯ୍ୟଟକ ଫେରିବା ନିମନ୍ତେ ସ୍ଵତନ୍ତ୍ର ଟ୍ରେନ ବ୍ୟବସ୍ଥା କରିଛନ୍ତି ।

ପୁରୀରୁ କୋଲକାତା ସାଲିମାର ପର୍ଯ୍ୟନ୍ତ ଯାତ୍ରା କରିବ ସ୍ଵତନ୍ତ୍ର ଟ୍ରେନ । ଆଜି ମଧ୍ୟାହ୍ନ ୧୨ଟାରେ ପୁରୀ ଛାଡିବ । ଅପରାହ୍ନ ୧ଟା ୩୦ରେ ଭୁବନେଶ୍ଵରରେ ପହଞ୍ଚିବ । ଜେନେରାଲ, ସ୍ଳିପର, ଥ୍ରୀ ଟାୟର ଓ ଟୁ ଟାୟର ବ୍ୟବସ୍ଥା ରହିଛି । ଖୋର୍ଦ୍ଧା ରୋଡ, ଭୁବନେଶ୍ଵର, କଟକ, ଯାଜପୁର-କେନ୍ଦୁଝର ରୋଡ ଓ ଭଦ୍ରକ ଷ୍ଟେସନରେ ରହିବ । ବାଲେଶ୍ଵର ଓ ଖଡଗପୁରରେ ମଧ୍ୟ ରହଣି ବ୍ୟବସ୍ଥା ରହିଛି ।

Please follow and like us:
error