ଶବରୀଠୁ କୋଳି ଖାଇଲେ ଜଗନ୍ନାଥ

MYTHOLOGY

            ଶ୍ରୀଜଗନ୍ନାଥ ଏବେ ରୂପ ନେଇଛନ୍ତି ଶ୍ରୀକୃଷ୍ଣଙ୍କର । ସାଜିଛନ୍ତି ବାଳକ କୃଷ୍ଣ ଆଉ ଶ୍ରୀମନ୍ଦିରରେ ଲାଗିଛି ତାଙ୍କର ବାଲ୍ୟଲୀଳା । ଗତକାଲି ମଧ୍ୟାହ୍ନ ଧୂପରେ ଦୁଇ ଠାକୁର କାଳିଆ ବଳିଆଙ୍କ ଠାରୁ ଆଜ୍ଞାମାଳ ରାମକୃଷ୍ଣଙ୍କୁ ଲାଗି କରାଯିବା ପରେ ମହାଜନମାନେ କୃଷ୍ଣ ବଳରାମ (ରାମକୃଷ୍ଣ)ଙ୍କୁ ପାଲିଙ୍କିରେ ବିଜେ କରାଇଥିଲେ । ଶ୍ରୀମନ୍ଦିରରୁ ବିମାନବଡୁମାନେ କାନ୍ଧରେ ପାଲିଙ୍କିନକୁ ନେଇ ବଡ ଛତା ମଠ ସମ୍ମୁଖ କାଠ ସିଂହାସନରେ ବିଜେ କରାଇଥିଲେ । ପରମ୍ପରା ଅନୁସାରେ ଜଣେ ପ୍ରଭୁଙ୍କ ସେବା ପାଇଥିବା ନିର୍ଦ୍ଧାରିତ ସେବକ ଶବରୁଣୀ ବେଶ ଧାରଣ କରି ଗୁଆ, କୋଳି ଓ ନଡିଆ ବିକ୍ରି କରିଥିଲେ । ଭିତରଛ ମହାପାତ୍ର ରୂପା ପିଙ୍ଗଣରେ କୋଳି ରଖି ରାମକୃଷ୍ଣଙ୍କୁ ସମର୍ପଣ କରି ମଣୋହି କରିଥିଲେ ।

            ଦ୍ଵାପର ଯୁଗରେ ପ୍ରଭୁ ବାଲ୍ୟାବସ୍ଥାରେ ଶବରୁଣୀଠାରୁ କୋଳି ଖାଇବା ନେଇ ଲୀଳାର ସ୍ମରଣରେ ଏହି ବିଧି ପାଳିତ ହୋଇଆସୁଅଛି ।

@OdishaInfocus News Desk

Please follow and like us:
error