ବଣଭୋଜି ବେଶରେ କଳାମାଣିକ ଜଗନ୍ନାଥ

MYTHOLOGY

            ବୁଧବାର ଠାରୁ ଆରମ୍ଭ ହୋଇଛି ଶ୍ରୀମନ୍ଦିରରେ ଶ୍ରୀକୃଷ୍ଣ ବାଲ୍ୟଲୀଳା । ପୁଷ୍ପଳକମାନେ ଜଗତର ନାଥ ଶ୍ରୀଜଗନ୍ନାଥ ଓ ବଡଭାଇ ଶ୍ରୀବଳଭଦ୍ରଙ୍କୁ ବୁଧବାର ସନ୍ଧ୍ୟାଧୂପ ବେଶ ସମୟରେ ସଜାଇଥିଲେ ବଣଭୋଜି ବେଶରେ । ରତ୍ନ ସିଂହାସନ ଉପରେ ବିରାଜିତ ଚତୁର୍ଦ୍ଧା ମୂର୍ତ୍ତି ବଣଭୋଜି ବେଶରେ ସ୍ମରଣ କରାଇଦେଇଥିଲେ ଦ୍ଵାପର ଯୁଗରେ ଗାଈ ଚରାଇବାକୁ ବଣକୁ ଯାଉଥିବା ସମୟରେ ଅନେକ ଥର ବଣଭୋଜି କରିବା କଥାକୁ । ରତ୍ନ ସିହାଂସନ ସଜ୍ଜିତ କରାଯାଇ ଦୁଇ ଦୁଇଟି ସୋଲ, ବେତ ଓ କନାରେ ପ୍ରସ୍ତୁତ ଗାଈ ବାଛୁରୀ ରଖାଯାଏ ।

            ଏହି ବେଶରେ ମହାପ୍ରଭୁ ସୁବର୍ଣ ଶ୍ରୀଭୂଜ ଓ ସୁବର୍ଣ ଶ୍ରୀପୟର ଧାରଣ କରିଥାନ୍ତି। ମଥାରେ ଖଞ୍ଜା ଯାଇଥାଏ ସୁବର୍ଣର କିଆ । ଗୋଟିଏ ହାତରେ ଶିକାରେ ସର ପରିପୂର୍ଣ ରୂପା ପିଙ୍ଗଣ ଓ ଆଉ ଗୋଟିଏ ହାତରେ କାଠର ନଉଡି । ଲାଗି ହୋଇଥାନ୍ତି  ଦୁଇଟି ପେଡାର ମାଳି । ଦୁଇ ଭାଇଙ୍କ ମଝିରେ ଭଉଣୀ ସୁଭଦ୍ରା ସୁବର୍ଣ କିରୀଟ ଧାରଣ କରିଥାନ୍ତି ।

            ବଡ ସୁନ୍ଦର ଏ ବେଶ । ଯେ ଦେଖେ ମୁଗ୍ଧ ହୋଇଯାଏ । ଜୀବନ ଧନ୍ୟ ମନେ କରେ ।

@OdishaInfocus News Desk

Please follow and like us: