ଆଜିଠାରୁ ଲିଙ୍ଗରାଜ ମନ୍ଦିର ଚତୁଃପାର୍ଶ୍ୱରୁ ଉଚ୍ଛେଦ

STATE

ଭୁବନେଶ୍ୱର : ଶ୍ରୀମନ୍ଦିର ପରେ ଏବେ ଲିଙ୍ଗରାଜ ମନ୍ଦିର ଚତୁଃପାର୍ଶ୍ୱରୁ ଉଚ୍ଛେଦ ହେବ । ଆଜି ଠାରୁ ଏହି ଉଚ୍ଛେଦ କାମ ଆରମ୍ଭ କରାଯିବ । ଲିଙ୍ଗରାଜ ମନ୍ଦିର ପାଇଁ ଆସିବ ସ୍ୱତନ୍ତ୍ର ଆଇନ । ଲିଙ୍ଗରାଜ ମନ୍ଦିରର ଚାରିପାଖରୁ ହଟିବ ଜବରଦଖଲ । ପ୍ରଥମ ପର୍ୟ୍ୟାୟରେ ଲିଙ୍ଗରାଜ ମନ୍ଦିର ସିଂହଦ୍ୱାରରୁ ଭଜନ ମଣ୍ଡପ ଯାଏଁ ଏବଂ ସିଂହଦ୍ୱାରରୁ ସବଷ୍ଟେସନ ଯାଏଁ ଥିବା ଉଠା ଦୋକାନ ହଟାଯିବ ବୋଲି ଜଣାପଡ଼ିଛି ।

ତେବେ ଏହାକୁ ନେଇ ବ୍ୟବସାୟୀଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ଦେଖାଦେଇଛି । ଉଚ୍ଛେଦ କରିବା ଆଗରୁ ଥଇଥାନ କରିବାକୁ ଦାବୀ ଉଠିଛି । ମାର୍କେଟ କପ୍ଲେକ୍ସ ଭଙ୍ଗାକୁ ମଧ୍ୟ ବ୍ୟବସାୟୀମାନେ ବିରୋଧ କରିଛନ୍ତି । ଲିଙ୍ଗରାଜ ମନ୍ଦିର ପରିସରରୁ ଜବରଦଖଲ ଉଚ୍ଛେଦ କରି ଏହାର ଉନ୍ନତିକରଣ କରାଯିବ । ଏଥିରେ ଐତିହ୍ୟ ଓ ପରମ୍ପରାର ସୁରକ୍ଷା ପାଇଁ ପଦକ୍ଷେପ ନିଆଯିବ । ତେଣୁ ଲିଙ୍ଗରାଜ ମନ୍ଦିର ପରିସର ପାଇଁ ମଧ୍ୟ ସମ୍ପୂର୍ଣ୍ଣ  ଡିଜାଇନ ପ୍ରସ୍ତୁତ ହେଉଛି । ମୁଖ୍ୟମନ୍ତ୍ରୀ ଖୁବ ଶୀଘ୍ର ଲିଙ୍ଗରାଜ ମନ୍ଦିର ଉନ୍ନତିକରଣ ଓ ସ୍ୱତନ୍ତ୍ର ଆଇନ ନେଇ ପ୍ୟାକେଜ ଘୋଷଣା କରିବେ । ଏହି ପ୍ୟାକେଜରେ ସେବାୟତଙ୍କ ସ୍ୱାର୍ଥ ସହ ରୀତିନୀତି ପ୍ରତି ଗୁରୁତ୍ୱ ଦିଆଯିବ ।

Please follow and like us: