ପୁରୀରେ ଦୁଷ୍କର୍ମ ଘଟଣାରେ ବସ ପରମିଟ ବାତିଲ ନେଇ ପଦକ୍ଷେପ

STATE

ଗତ ଦୁଇ ଦିନ ତଳେ ପୁରୀରେ ବସ ଭିତରେ ଜଣେ ଆଦିବାସୀ ନାବାଳିକାକୁ ବସର ହେଲପର ଦୁଷ୍କର୍ମ କରିଥିଲା । ପୁରୀରେ ବର୍ତ୍ତମାନ ରଥଯାତ୍ରା ସକାଶେ ପୋଲିସ ଛାଉଣି ହୋଇଥିବାବେଳେ କିପରି ସମସ୍ତଙ୍କ ଅଜାଣତରେ ଏତେବଡ଼ ଅଘଟଣ ଘଟିଗଲା ସେଥିନେଇ ପୁରୀରେ ହୁଲସ୍ଥୂଳ । ଏହା ପୋଲିସର ଅପାରଗପଣିଆ ପଦାରେ ପକାଇଥିବାବେଳେ ମହିଳା ସୁରକ୍ଷଣ ନେଇ ପୋଲିସର ଭୂମିକା ଉପରେ ପ୍ରଶ୍ନ ଉଠିଛି ।

ଏଭଳି ପରିସ୍ଥିତିକୁ ନଜରକୁ ନେଇ ପରିବହନ କମିଶନର ଏକ ବଡ ପଦକ୍ଷେପ ନେଇଛନ୍ତି । ସମ୍ପୃକ୍ତ ବସର ରୁଟ ପରମିଟ ବାତିଲ ପାଇଁ ସେ ନିର୍ଦ୍ଦେଶ ଦେଇଛନ୍ତି । ଏନେଇ ବସ ମାଲିକଙ୍କୁ ମଧ୍ୟ ନୋଟିସ ଜାରି କରାଯାଇଛି । ୧୫ଦିନ ମଧ୍ୟରେ ଉତ୍ତର ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ବସର ପରମିଟ କାହିଁକି ସ୍ଥାୟୀ ବାତିଲ କରା ନ ଯିବ ଜଣାଇବାକୁ ନୋଟିସ କରାଯାଇଛି । ସମ୍ପୃକ୍ତ ବସର ଡ୍ରାଇଭର ଓ କଣ୍ଡକ୍ଟରଙ୍କ ଲାଇସେନ୍ସ ବାତିଲ ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ।

Please follow and like us:
error