ଫନି ପାଇଁ ନିଆଗଲା ସ୍ଵତନ୍ତ୍ର ପଦକ୍ଷେପ

STATE

ସମ୍ଭାବ୍ୟ ବାତ୍ୟା ଫନି ପାଇଁ ୨ ତାରିଖରୁ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିବ । ଅନ୍ୟାଦେଶ ପର୍ଯ୍ୟନ୍ତ ରାଜ୍ୟର ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରଖିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି । ହେବାକୁ ଥିବା ପରୀକ୍ଷାଗୁଡିକର ସମୟ ପରିବର୍ତ୍ତନ ହେବ ବୋଲି ସୂଚନା ଦିଆଯାଇଛି ।

ସେହିଭଳି ପ୍ରଥମ ପର୍ଯ୍ୟାୟରେ ଏନଡ଼ିଆରଏଫର ୫ଟି ଟିମ ବାହାରି ଜଗତସିଂହପୁରରେ ପାଇଁ ୩ଟି ଟିମ ଏବଂ ଭଦ୍ରକରେ ୨ଟି ଟିମ ପହଞ୍ଚିଛନ୍ତି । ଭଦ୍ରକ ଓ ଜଗତସିଂହପୁରରେ ୫ଟି ଟିମ ମୁତୟନ ନେଇ ଏନଡ଼ିଆରଏଫ ସୂଚନା ଦେଇଛି । ଜଗତସିଂହପୁରରେ ପହଞ୍ଚି ଥିବା ଟିମରୁ ଗୋଟିଏ ପାରାଦୀପରେ ଓ ଆଉ ଗୋଟିଏ ଏରସମାରେ ମୁତୟନ କରାଯାଇଛି । ତୃତୀୟ ଟିମଟି ଜିଲ୍ଲା ମୁଖ୍ୟାଳୟରେ ରହିଲା । ଜିଲ୍ଲାପାଳଙ୍କ ସହ ବୈଠକ ପରେ ଏହି ସବୁ ଟିମ ମୁତୟନ କରାଯାଇଛି ।

ସମ୍ଭାବ୍ୟ ବାତ୍ୟା ଫନିର ମୁକାବିଲା ନେଇ ପ୍ରସ୍ତୁତି ସୂଚନା ଦେଇ ଏସଆରସି କହିଛନ୍ତି ଯେ ତଳିଆ ଅଞ୍ଚଳରୁ ୨ତାରିଖ ସନ୍ଧ୍ୟା ସୁଦ୍ଧା ଲୋକଙ୍କୁ ସ୍ଥାନାନ୍ତର କରାଯିବ । ନିକଟସ୍ଥ ବାତ୍ୟା ଆଶ୍ରୟସ୍ଥଳରେ ସବୁ ପ୍ରକାର ବ୍ୟବସ୍ଥା କରାଯାଇଛି । ସବୁ ବାତ୍ୟା ଆଶ୍ରୟସ୍ଥଳରେ ୫ଓରୁଅ ଅଧିକ ସ୍ଥାନୀୟ ସ୍ଵେଚ୍ଛାସେବୀ ରହିବେ । ୨ ତାରିଖ ସୁଦ୍ଧା ସମସ୍ତ ପର୍ଯ୍ୟଟକଙ୍କୁ ପୁରୀ ଛାଡିବାକୁ ନିର୍ଦ୍ଦେଶ ଦିଆଯାଇଛି ।

Please follow and like us:
error