ବଲିଉଡ ଗାୟିକା କନିକା କପୂର ସଂକ୍ରମିତ , ତାଙ୍କ ବିରୋଧରେ ହେବ କଡ଼ା କାର୍ୟ୍ୟାନୁଷ୍ଠାନ

ENTERTAINMENT

ନୂଆଦିଲ୍ଲୀ : ଗାୟିକା କନିକା କପୂର କରୋନା ଭାଇରସରେ ପୀଡ଼ିତ ହେବା ଖବର ଗଣମାଧ୍ୟମକୁ ଆସିଛି । ଦେଶବ୍ୟାପୀ କରୋନାକୁ ନେଇ ଚିନ୍ତା ବଢ଼ିଥିବା ବେଳେ ବଲିଉଡରେ ମଧ୍ୟ ଏହାକୁ ନେଇ ଚର୍ଚ୍ଚା ହେଉଛି । କନିକା ମାର୍ଚ୍ଚ ୧୫ରେ ଲଣ୍ଡନରୁ ଫେରିଥିଲେ । କିନ୍ତୁ ସେ ବିମାନ ବନ୍ଦରରେ ସ୍ୱାସ୍ଥ୍ୟ ପରୀକ୍ଷା କରାଇ ନଥିଲେ । ଫଳରେ ଉତ୍ତର ପ୍ରଦେଶ ସରକାର କନିକା କପୂରଙ୍କ ବିରୋଧରେ କଡ଼ା କାର୍ୟ୍ୟାନୁଷ୍ଠାନ ନେବାକୁ ନିଷ୍ପତ୍ତି ନେଇଛି । କନିକାଙ୍କ ବିରୋଧରେ ଆଇନଗତ କାର୍ୟ୍ୟାନୁଷ୍ଠାନ ନେବା ଆରମ୍ଭ କରିଦେଇଛି ।

କନିକା କପୂର ସମ୍ବେଦନଶୀଳ ପ୍ରସଙ୍ଗରେ ସୂଚନା ଲୁଚାଇବା ଅଭିଯୋଗରେ କାର୍ୟ୍ୟାନୁଷ୍ଠାନର ଶିକାର ହୋଇଛନ୍ତି । ତାଙ୍କୁ ନେଇ ବରିଷ୍ଠ ଅଧିକାରୀଙ୍କ ବୈଠକ ହୋଇଛି । ତାଙ୍କ ନାଁରେ ମାମଲା ରୁଜୁ ହୋଇଛି । କନିକାଙ୍କ ବିରୋଧରେ ଲଖନଉର ସରୋଜିନୀ ନଗର ଥାନାରେ ଏଫଆଇଆର ଦିଆଯାଇଛି । ସୂଚନାଯୋଗ୍ୟ ଲଣ୍ଡନରୁ ଆସିବା ପରେ ସେ ନିଜର ସ୍ୱାସ୍ଥ୍ୟ ଚେକଅପ କରାଇ ନଥିଲେ । ସେ ଲଖନଉରେ ଅନେକ ଲୋକଙ୍କ ସଂସ୍ପର୍ଶରେ ଆସିଥିଲେ । ଏହା ପରେ ସେ ଗ୍ୟାଲେଣ୍ଟ ଆପାର୍ଟମେଣ୍ଟରେ ଏକ ଭୋଜିଭାତର ଆୟୋଜନ କରିଥିଲେ । ପାର୍ଟିରେ ବସୁନ୍ଧରା ରାଜେ, ଦୁଷ୍ୟନ୍ତ ସିଂହ ସମେତ ବଡ଼ ବଡ଼ ହସ୍ତୀ ଯୋଗଦେଇଥିଲେ ।

Please follow and like us:
error