odisha infocus

ବଲାଙ୍ଗିରରେ ରୋଗୀ ସେବା ବନ୍ଦ

STATE

ବଲାଙ୍ଗିରରେ ରୋଗୀ ସେବା କରାଯାଇପାରୁନି । କାରଣ ସେଠାରେ ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ କର୍ମଚାରୀ କାର୍ଯ୍ୟ ବନ୍ଦ କରିଦେଇଛନ୍ତି । ପାରା ମେଡିକାଲ କର୍ମଚାରୀ ଓ ନର୍ସ କାର୍ଯ୍ୟବନ୍ଦ ସହ ଧାରଣା ଦେଇଛନ୍ତି ।

ସମସ୍ତ କର୍ମଚାରୀ ଓ ନର୍ସ ମେଡିକାଲ କଲେଜ ମୁଖ୍ୟ ଫାଟକ ସାମ୍ନାରେ ଧାରଣା ଦେଇ ବସିଛନ୍ତି । ଗତ ୨୬ରେ ପାରା ମେଡିକାଲ କର୍ମଚାରୀ ଓ ନର୍ସଙ୍କୁ ମାଡ ଘଟଣାର ପ୍ରତିବାଦରେ ଏହି ଧାରଣା ଦିଆଯାଇଛି । ସମସ୍ତ ଅଭିଯୁକ୍ତଙ୍କ ଗିରଫ ଦାବି କରି କାର୍ଯ୍ୟ ବନ୍ଦ କରିଛନ୍ତି । କାର୍ଯ୍ୟବନ୍ଦ ଓ ଧାରଣା ଯୋଗୁ ମେଡିକାଲରେ ରୋଗୀ ସେବା ବାଧାପ୍ରାପ୍ତ ହୋଇଛି ।

Please follow and like us:
error