ସମ୍ବଲପୁରରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି

STATE

            ସମ୍ବଲପୁରରେ ହାଇକୋର୍ଟର ସ୍ଥାୟୀ ବେଞ୍ଚ ପ୍ରତିଷ୍ଠା ଦାବି ଜୋର ଧରିଛି । ଏହି ଦାବି ଏବେ ବଡ ଧରଣର ଆଂଦୋଳନର ରୂପ ନେବାକୁ ବସିଲାଣି । ଉକ୍ତ ଦାବିରେ ଚଳିତ ବିଧାନସଭା ଅଧିବେଶନ କାଳରେ କୋର୍ଟ ବର୍ଜନ କରିବାକୁ ନିଷ୍ପତ୍ତି ନିଆଯାଇଛି । ମୌସୁମୀ ଅଧିବେଶନ ସରିବା ପର୍ଯ୍ୟନ୍ତ କୋର୍ଟ ବର୍ଜନ କରିବାର ନିଷ୍ପତ୍ତି ହୋଇଛି । ୬ ତାରିଖରୁ ଜିଲ୍ଲାର ସମସ୍ତ ରାଜସ୍ୱ ଅଫିସ ବନ୍ଦ କରିବାକୁ ମଧ୍ୟ ନିଷ୍ପତ୍ତି ନିଆଯାଇଛି । ବହୁ ଦିନରୁ ଏହି ଦାବି କରାଯାଇଥିଲେ ହେଁ ସରକାର ଶୁଣୁ ନଥିବାରୁ ସମ୍ବଲପୁର ଓକିଲ ସଂଘ ସାଧାରଣ ପରିଷଦ ବୈଠକରେ ନିଷ୍ପତ୍ତି ନିଆଯାଇ ଏହି ପଦକ୍ଷେପ ଗ୍ରହଣ କରାଯାଇଛି ।

loading...

@OdishaInfocus News Desk

Please follow and like us:
error
loading...