ଅଭିନେତ୍ରୀ ଝିଲିକ୍ ଭଟ୍ଟଚାର୍ୟ୍ୟଙ୍କ ହାତ ଧରିଲେ ସୁକିନ୍ଦା ବିଧାୟକ ପ୍ରୀତିରଞ୍ଜନ

ENTERTAINMENT

ଭୁବନେଶ୍ୱର : ନାୟିକା ଝିଲିକ୍ ହେଲେ ଓଡ଼ିଆ ଘରର ବୋହୂ । ସେ ପୂର୍ବତନ ମନ୍ତ୍ରୀ ତଥା ବରିଷ୍ଠ ବିଜେଡି ନେତା ପ୍ରଫୁଲ ଘଡ଼େଇଙ୍କ ପୁଅ ତଥା ସୁକିନ୍ଦା ବିଧାୟକ ପ୍ରୀତିରଞ୍ଜନଙ୍କୁ ବିବାହ କରିଛନ୍ତି । ଏନେଇ ନିଜେ ଝିଲିକ୍ ଆଜି ସକାଳେ ସୋସିଆଲ୍ ମିଡିଆ ଜରିଆରେ ତାଙ୍କର ବାହାଘର ହୋଇଯାଇଥିବା ନେଇ ସୂଚନା ଦେଇଛନ୍ତି । ଏଥିରେ ଝିଲିକ୍ ବାହାଘର ସମୟର ଫଟୋ ସେଆର କରି ଲେଖିଛନ୍ତି, ଆମର ବୈବାହିକ ଜୀବନ ପାଇଁ ଆମେ ସମସ୍ତଙ୍କ ପ୍ରାର୍ଥନା ଓ ଆଶୀର୍ବାଦ କାମନା କରୁଛି । ଏହା ସହିତ ସେ ଜୟ ଜଗନ୍ନାଥ ବୋଲି ମଧ୍ୟ ଲେଖିଛନ୍ତି ।

ଝିଲିକ୍ ଯେଉଁ ଫଟୋ ସେଆର୍ କରିଛନ୍ତି, ସେଥିରେ ପ୍ରୀତିରଞ୍ଜନ ତାଙ୍କ ମଥାରେ ସିନ୍ଦୂର ଦେଉଥିବାର ଦେଖିବାକୁ ମିଳିଛି । ଅନ୍ୟଟିରେ ଝିଲିକଙ୍କ ସହିତ ପ୍ରୀତିରଞ୍ଜନ ଓ ପ୍ରଫୁଲ ଘଡ଼େଇ ରହିଛନ୍ତି । ଏବେ ଝିଲିକ୍ ପକ୍କା ଓଡ଼ିଆଣୀ ପାଲଟିଯାଇଛନ୍ତି। ସୂଚନାଯୋଗ୍ୟ, ଝିଲିକ୍ ୨୦୧୩ରେ ମୁକ୍ତିଲାଭ କରିଥିବା ପ୍ରଯୋଜକ ନିରଞ୍ଜନ ରଣାଙ୍କ ଓଡ଼ିଆ ଛବି ‘ଟାର୍ଗେଟ୍’ରୁ ଓଲିଉଡରେ କ୍ୟାରିଅର୍ ଆରମ୍ଭ କରିଥିଲେ । ଆଉ ତାପରେ ସେ ପଛକୁ ଫେରିନଥିଲେ । ଗୋଟିଏ ପରେ ଗୋଟିଏ ହିଟ୍ ଓଡ଼ିଆ ଫିଲ୍ମ ଦେଇ ସେ ଦର୍ଶକଙ୍କ ହୃଦୟ ଜିଣିଯାଇଥିଲେ ।

Please follow and like us:
error