Odisha Infocus

କର୍ଣାଟକରେ ସ୍ଥିତାବସ୍ଥା ବଜାୟ ରଖିବାକୁ ସୁପ୍ରିମକୋର୍ଟ ଦେଲେ ନିର୍ଦ୍ଦେଶ

NATIONAL

ସୁପ୍ରିମକୋର୍ଟ କର୍ଣାଟକ ମାମଲା ନେଇ ତାଙ୍କର ଶୁଣାଣି କରିଛନ୍ତି । କର୍ଣାଟକରେ ଘଟୁଥିବା ରାଜନୈତିକ ସଙ୍କଟ ନେଇ ସୁପ୍ରିମକୋର୍ଟ କର୍ଣାଟକରେ ସ୍ଥିତାବସ୍ଥା ବଜାୟ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି । ବିଧାୟକଙ୍କ ଇସ୍ତଫା ଓ ଅଯୋଗ୍ୟତା ନେଇ କୌଣସି ନିଷ୍ପତ୍ତି ନନେବାକୁ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି ।

ଆସନ୍ତା ମଙ୍ଗଳବାର ମାମଲାର ପରବର୍ତ୍ତୀ ଶୁଣାଣି ହେବ ବୋଲି ଦିନ ଧାର୍ଯ୍ୟ କରାଯାଇଛି । ସେପଟେ ବିଧାନସଭାରେ ଶକ୍ତି ପ୍ରଦର୍ଶନ ପାଇଁ ମୁଖ୍ୟମନ୍ତ୍ରୀ ଅନୁମତି ମାଗିଛନ୍ତି । ସଂଖ୍ୟାଗରିଷ୍ଠତା ପ୍ରମାଣ ଦେବାକୁ ମୁଖ୍ୟମନ୍ତ୍ରୀ ଏଚଡ଼ି ଦେବେଗୌଡା ବାଚସ୍ପତିଙ୍କୁ ଅନୁମତି ମାଗିବା ସହିତ ଦିନ ଧାର୍ଯ୍ୟ କରିବାକୁ ନିବେଦନ କରିଛନ୍ତି ।

Please follow and like us:
error