odisha infocus

ସ୍ଵେଚ୍ଛାସେବୀ ଆଦିତ୍ୟ ଦାସଙ୍କ ସନ୍ଦେହଜନକ ମୃତ୍ୟୁ

STATE

ଭୁବନେଶ୍ୱର : ରାଜଧାନୀରେ ସ୍ଵେଚ୍ଛାସେବୀ ଆଦିତ୍ୟ ଦାସଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି । ମଙ୍ଗଳବାର ଲିଙ୍ଗରାଜ ଷ୍ଟେସନ ରେଳ ଲାଇନ୍ କଡ଼ରୁ ଆଦିତ୍ୟଙ୍କ ମୃତଦେହ ଉଦ୍ଧାର ହୋଇଛି। ଘଟଣାସ୍ଥଳରେ ରେଲଓ୍ଵେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ତେବେ ଏହା ହତ୍ୟା ବା ଆତ୍ମହତ୍ୟା ତାହା ଜଣାପଡିନାହିଁ ।

ଆଦିତ୍ୟ ଗତ ମାସ ୯ ତାରିଖରେ ବିବାହ କରିଥିଲେ। ଗତକାଲି ସ୍ତ୍ରୀଙ୍କ ସହ ତାଙ୍କର ସାମାନ୍ୟ ବଚସା ହୋଇଥିଲା। ଆଦିତ୍ୟ ସନ୍ଧ୍ୟାରେ ରାଗି ପାଟିତୁଣ୍ଡ କରିଥିଲେ। ଏହାପରେ ସେ ଫ୍ରିଜ୍ ଭିତରେ ନିଜର ମୋବାଇଲ ଫୋନ୍ ଏବଂ ଘର ଚାବି ରଖି ବାହାରକୁ ଚାଲିଯାଇଥିଲେ। ପରିବାର ଲୋକେ ରାତିସାରା ଖୋଜାଖୋଜି କରିଥିଲେ ମଧ୍ୟ ଆଦିତ୍ୟଙ୍କ ସନ୍ଧାନ ମିଳିନଥିଲା। ଆଜି ସନ୍ଦେହଜନକ ଅବସ୍ଥାରେ ତାଙ୍କର ମୃତଦେହ ମିଳିଛି। ମୃତ୍ୟୁର କାରଣ ସ୍ପଷ୍ଟ ହୋଇନଥିବାବେଳେ ସେ ଆତ୍ମହତ୍ୟା କରିଛନ୍ତି ନା ଏହା ପଛରେ ଅନ୍ୟ କିଛି କାରଣ ରହିଛି ସେନେଇ ପୋଲିସ ତଦନ୍ତ ଜାରି ରଖିଛି।

Please follow and like us: