odisha infocus

ଆଇପିଏଲ : ବର୍ଷା ଧୋଇନେଲା ଖେଳର ମଜା

ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର ଓ ରାଜସ୍ଥାନ ରୟାଲ୍ସ ମଧ୍ୟରେ ଗତକାଲି ଅନୁଷ୍ଠିତ ହୋଇଥିବା ଆଇପିଏଲ ମ୍ୟାଚର ଖେଳ ବର୍ଷା କାରଣରୁ ବାତିଲ କରାଯାଇଥିଲା । ତେବେ ଦୁଇ ଦଳ ମଧ୍ୟରେ ପଏଣ୍ଟ ଭାଗ ହୋଇଛି । ପ୍ରଥମେ ଦୀର୍ଘ ସମୟ ଧରି ବର୍ଷା ଲାଗିରହିବାରୁ ନିଷ୍ପତ୍ତି ନିଆଯାଇଥିଲା ଯେ ଏହାକୁ ୫ ଓଭର ବିଶିଷ୍ଟ କରାଯିବ । ସେହି ଅନୁସାରେ ପ୍ରଥମେ ବ୍ୟାଟିଂ କରି ଆରସିବି ୫ ଓଭରରେ ୭ ୱିକେଟ ହରାଇ ୬୨ ରନ କରିଥିଲା […]

Continue Reading

ଆଇପିଏଲ : ମୁମ୍ବାଇକୁ ପରାସ୍ତ କଲା ନାଇଟ ରାଇଡର

କୋଲକାତା : ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ଛକା ବର୍ଷା ସତ୍ତ୍ବେ ଆଇପିଏଲ ର ୪୭ତମ ମ୍ୟାଚରେ କୋଲକାତା ନାଇଟ୍ ରାଇଡର୍ସ ୩୪ ରନରେ ମୁମ୍ବାଇ ଇଣ୍ଡିଆନ୍ସକୁ ପରାସ୍ତ କରିଛି। ମୁମ୍ବାଇ ପଞ୍ଚମ ପରାଜୟ ବରଣ କରିଥିଲା ବେଳେ କୋଲକାତା ପଞ୍ଚମ ବିଜୟ ହାସଲ କରି ନିଜ ପ୍ଲେ ଅଫ୍ ପ୍ରବେଶ ଆଶାକୁ ଉଜ୍ଜୀବିତ ରଖିଛି। ରବିବାର ୨୩୩ ରନର ବିଶାଳ ବିଜୟ ଲକ୍ଷ୍ୟର ପିଛା କରିଥିବା ମୁମ୍ବାଇ ଇଣ୍ଡିଆନ୍ସ ପ୍ରଥମ ୬ ଓଭରର ପାୱାର ପ୍ଲେ’ରେ ୨ ୱିକେଟ୍ […]

Continue Reading

ଆଇପିଏଲ : ଆରସିବିର ତୃତୀୟ ବିଜୟ

ବେଙ୍ଗାଲୁରୁ : ୧୧ ମ୍ୟାଚ୍ ପରେ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର (ଆରସିବି) ଚଳିତ ଆଇପିଏଲ ର ସବାଶେଷ ସ୍ଥାନରୁ ଉପରକୁ ଉଠିଛି। ବୁଧବାର କିଙ୍ଗ୍ସ ଏକାଦଶ ପଞ୍ଜାବକୁ ୧୭ ରନରେ ହରାଇ ଅଷ୍ଟମରୁ ସପ୍ତମରେ ପହଞ୍ଚିଛି। ଆରସିବି ଚତୁର୍ଥ ବିଜୟ ପାଇ ତିନିଟି ବିଜୟ ହାସଲ କରିଥିବା ରାଜସ୍ଥାନ ରୟାଲ୍ସକୁ ଅନ୍ତିମ ସ୍ଥାନକୁ ଠେଲି ଦେଇଛି। ବିରାଟ କୋହଲିଙ୍କ ଆରସିବି ବୁଧବାର ୨୦୩ ରନର ବିଶାଳ ବିଜୟ ଲକ୍ଷ୍ୟ ଦେଇଥିଲା। ଯାହାକୁ ପାରୁ ପର୍ୟ୍ୟନ୍ତ ଚେଷ୍ଟା କରି […]

Continue Reading

ଆଇପିଏଲ : ହାଇଦ୍ରାବାଦକୁ ୪ ୱିକେଟରେ ପରାସ୍ତ କଲା ସୁପରକିଙ୍ଗ୍

ଚେନ୍ନାଇ : ଆଇପିଏଲ ର ୪୧ତମ ମ୍ୟାଚରେ ମଙ୍ଗଳବାର ସନ୍ରାଇଜର୍ସ ହାଇଦ୍ରାବାଦକୁ ୪ ୱିକେଟରେ ହରାଇ ଚେନ୍ନାଇ ସୁପର୍ କିଙ୍ଗ୍ସ ପୁଣି ପଏଣ୍ଟ ଟେବୁଲ୍ ଶୀର୍ଷକୁ ଫେରିଛି। ଧୋନିଙ୍କ ଦଳ ମଧ୍ୟ ଲଗାତାର ପରାଜୟ ଧାରାକୁ ଭାଙ୍ଗି ୧୧ତମ ମ୍ୟାଚରୁ ଅଷ୍ଟମ ବିଜୟ ସହିତ ପ୍ଳେ ଅଫ୍ ପ୍ରବେଶକୁ ଏକ ପ୍ରକାର ନିଶ୍ଚିତ କରିଛି। ଅନ୍ୟପକ୍ଷରେ ସନ୍ରାଇଜର୍ସ ହାଇଦ୍ରାବାଦ ଦଶମ ମ୍ୟାଚରୁ ପଞ୍ଚମ ପରାଜୟ ବରଣ କରି ୧୦ ପଏଣ୍ଟରେ ସୀମିତ ରହିଛି। ଚେପକରେ ମଙ୍ଗଳବାର ଟସ୍ […]

Continue Reading

ଆଇପିଏଲ ଶୀର୍ଷରେ ଦିଲ୍ଲୀ କ୍ୟାପିଟାଲ

ଜୟପୁର: ଆଇପିଏଲରେ ସୋମବାର ୪୦ତମ ମ୍ୟାଚରେ ଅଜିଙ୍କ୍ୟ ରାହାଣେଙ୍କ ଶତକକୁ ଫିକା ପକାଇ ରାଜସ୍ଥାନ ରୟାଲ୍ସଠୁ ଦିଲ୍ଲୀ କ୍ୟାପିଟାଲ୍ସ ୬ ୱିକେଟରେ ବିଜୟ ଛଡ଼ାଇ ନେଇଛି। ରାଜସ୍ଥାନ ରୟାଲ୍ସ ୧୯୧ ରନ୍ ସଂଗ୍ରହ କରିଥିବାବେଳେ ଦିଲ୍ଲୀ ଦଳ ଶିଖର ଧାୱନ ଏବଂ ଋଷବ ପନ୍ତଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ଜିତି ଯାଇଥିଲା। ଦିଲ୍ଲୀ କ୍ୟାପିଟାଲ୍ସ ଏକାଦଶ ମ୍ୟାଚରୁ ସପ୍ତମ ବିଜୟ ହାସଲ କରିଥିବାବେଳେ ରାଜସ୍ଥାନ ଦଶମ ମ୍ୟାଚରୁ ସପ୍ତମ ପରାଜୟ ବରଣ କରିଛି। ପଏଣ୍ଟ ଟେବୁଲରେ ଦିଲ୍ଲୀ […]

Continue Reading

ଆଇପିଏଲ : ଧୂଆଁଧାର ମ୍ୟାଚ ; ୧ରନରେ ଜିତିଲା ବାଙ୍ଗାଲୋର

ବେଙ୍ଗାଲୁରୁ : ଆଇପିଏଲ ର ୩୯ତମ ମ୍ୟାଚରେ ରୟାଲ୍ ଚାଲେଞ୍ଜର୍ସ ବାଙ୍ଗାଲୋର୍ ରୋମାଞ୍ଚକ ଭାବେ ୧ ରନରେ ଚେନ୍ନାଇ ସୁପର୍ କିଙ୍ଗ୍ସକୁ ହରାଇ ଦେଇଛି। ଆରସିବିର ୧୬୧ ରନ୍ ଜବାବରେ ମହେନ୍ଦ୍ର ସିଂହ ଧୋନି (୮୪ଞ୍ଚ, ୪୮ ବଲ, ୫ ଚୌକା, ୭ ଛକା)ଙ୍କ ବିସ୍ଫୋରକ ପାଳି ସତ୍ତ୍ବେ ୧୬୦/୮ରେ ସୀମିତ ରହିଯାଇଥିଲା। ଶେଷ ଓଭରରୁ ୨୪ ରନ୍ ଆଦାୟ କରିବା ସତ୍ତ୍ବେ ଚେନ୍ନାଇ ବିଜୟ ପାଇ ପାରିନଥିଲା। ଉଭୟ ଦଳ ନିଜ ନିଜର ୧୦ମ ମ୍ୟାଚ୍ […]

Continue Reading

ଆଇପିଏଲ : କୋହଲିଙ୍କ ଶତକ ବଳରେ ଆରସିବିର ୨ୟ ବିଜୟ

କୋଲ୍କାତା: ବିରାଟ କୋହଲିଙ୍କ ୫୭ ବଲ୍ ଶତକ ବଳରେ ଆଇପିଏଲ ରେ ରୟାଲ୍ ଚାଲେଞ୍ଜର୍ସ ବାଙ୍ଗାଲୋର୍ ୧୦ ରନରେ କୋଲକୋତା ନାଇଟ୍ ରାଇଡର୍ସକୁ ପରାସ୍ତ କରିଛି। ଆନ୍ଦ୍ରେ ରସେଲ, ନୀତିଶ ରାଣାଙ୍କ ଛକା ବର୍ଷା ଅର୍ଦ୍ଧଶତକ ସତ୍ତ୍ବେ କେକେଆରକୁ ଲଗାତାର ଚତୁର୍ଥ ପରାଜୟ ବରଣ କରିବାକୁ ପଡ଼ିଛି। ଉଭୟ ଦଳର ପ୍ରଥମ ମୁକାବିଲାରେ ବାଙ୍ଗାଲୋର୍ ୨୦୫ ରନ୍ କରିଥିଲେ ମଧ୍ୟ ଆନ୍ଦ୍ରେ ରସେଲଙ୍କ ୧୩ ବଲ୍ ୪୮ଞ୍ଚ ରନ୍ ପାଇଁ ହାରିଥିଲା। କୋହଲି-ମୋଇନଙ୍କ ପାଳି ପାଇଁ କିନ୍ତୁ […]

Continue Reading

ଆଇପିଏଲ : ୪୦ ରନରେ ଦିଲ୍ଲୀକୁ ହରାଇଲା ମୁମ୍ବାଇ

ଦିଲ୍ଲୀ : ଚଳିତ ଆଇପିଏଲ ର ୩୪ତମ ମ୍ୟାଚରେ ମୁମ୍ବାଇ ଇଣ୍ଡିଆନ୍ସ ୪୦ ରନରେ ଦିଲ୍ଲୀ କ୍ୟାପିଟାଲ୍ସକୁ ପରାସ୍ତ କରିଛି। ଗୁରୁବାର ମୁମ୍ବାଇ ୧୬୯ ରନର ବିଜୟ ଲକ୍ଷ୍ୟ ଦେଇଥିଲା। ପ୍ରତିପକ୍ଷ ଦିଲ୍ଲୀ ନିମୟିତ ବ୍ୟବଧାନରେ ୱିକେଟ୍ ହରାଇ ନିର୍ଦ୍ଧାରିତ ୨୦ ଓଭରରେ ୯ ୱିକେଟ୍ ବିନିମୟରେ ମାତ୍ର ୧୨୮ ରନ୍ କରି ପାରିଥିଲା। ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ପୃଥ୍ବୀ ସ’ (୨୦) ଓ ଶିଖର ଧାୱନ (୩୫) ପ୍ରଥମ ୱିକେଟରେ ୪୯ ରନ୍ ଯୋଡ଼ିଥିଲେ। ମଧ୍ୟକ୍ରମ ବିପର୍ଯ୍ୟୟ […]

Continue Reading

ଆଇପିଏଲ : କାହିଁକି ଚେନ୍ନାଇକୁ ୬ ୱିକେଟରେ ହରାଇଲା ହାଇଦ୍ରାବାଦ

ହାଇଦ୍ରାବାଦ : ଧୋନିଙ୍କ ଗୋଟି ଚାଳନା ହିଁ ଚେନ୍ନାଇର ଅସଲ ଶକ୍ତି। ପୁଣି ଥରେ ଏହା ପ୍ରମାଣିତ ହୋଇଛି। ପୂର୍ବରୁ ଅନାୟସରେ ଗୋଟିଏ ପରେ ଗୋଟିଏ ମ୍ୟାଚ୍ ଜିତି ଚାଲିଥିବା ଚେନ୍ନାଇ ଧୋନିଙ୍କ ଅନୁପସ୍ଥିତି ପାଇଁ ବୁଧବାର ସନ୍ରାଇଜର୍ସ ହାଇଦ୍ରାବାଦଠାରୁ ୬ ୱିକେଟରେ ହାରି ଯାଇଛି। ଚଳିତ ଆଇପିଏଲ ର ୩୩ତମ ମ୍ୟାଚର ଠିକ୍ ପୂର୍ବରୁ ଚେନ୍ନାଇକୁ ବଡ଼ ଝଟ୍କା ଲାଗିଥିଲା। ପିଠି ଯନ୍ତ୍ରଣା ପାଇଁ ଅଧିନାୟକ ମହେନ୍ଦ୍ର ସିଂହ ଧୋନି ମ୍ୟାଚରୁ ଓହରିବାକୁ ବାଧ୍ୟ ହୋଇଥିଲେ। […]

Continue Reading

ଆଇପିଏଲ : ପଞ୍ଜାବର ପଞ୍ଚମ ବିଜୟ

ଚଣ୍ଡିଗଡ଼: ଚଳିତ ଆଇପିଏଲ ରେ ମଙ୍ଗଳବାର କିଙ୍ଗ୍ସ ଏକାଦଶ ପଞ୍ଜାବ ପୂର୍ବ ବିଜେତା ରାଜସ୍ଥାନ ରୟାଲ୍ସକୁ ୧୨ ରନରେ ହରାଇ ଦେଇଛି। ତା’ ସହ ନବମ ମ୍ୟାଚରୁ ପଞ୍ଚମ ବିଜୟ ପାଇ ପଏଣ୍ଟ ତାଲିକାର ପଞ୍ଚମରୁ ଚତୁର୍ଥକୁ ଉନ୍ନୀତ ହୋଇଛି। ଅନ୍ୟପକ୍ଷରେ ରାଜସ୍ଥାନ ଅଷ୍ଟମ ମ୍ୟାଚରୁ ଷଷ୍ଠ ପରାଜୟ ବରଣ କରି ତଳ ଆଡ଼ୁ ଦ୍ବିତୀୟ ସ୍ଥାନରେ ଅଟକି ରହିଛି। ପଞ୍ଜାବ ଦେଇଥିବା ୧୮୩ ରନର ବିଜୟ ଲକ୍ଷ୍ୟକୁ ପିଛା କରି ରାଜସ୍ଥାନ ନିର୍ଦ୍ଧାରିତ ୨୦ ଓଭରରେ […]

Continue Reading