ରାଜ୍ୟରେ କାୟା ମେଲାଉଛି କରୋନା , ବିଧାୟକ ସୁକାନ୍ତ କୁମାର ନାୟକ କରୋନା ପଜିଟିଭ

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କାୟା ବିସ୍ତାର କରୁଥିବା ମହାମାରୀ କରୋନା କବଳରେ କବଳିତ ହୋଇଛନ୍ତି ରାଜ୍ୟର ଜଣେ ବିଧାୟକ । ପ୍ରଥମ ଥର ପାଇଁ ରାଜ୍ୟରେ ବାଲେଶ୍ୱର ଜିଲ୍ଲାର ନୀଳଗିରି ବିଧାୟକ ସୁକାନ୍ତ କୁମାର ନାୟକ କରୋନା ଆକ୍ରାନ୍ତ ହୋଇଛନ୍ତି ବୋଲି ସୂଚନା ମିଳିଛି । ବର୍ତ୍ତମାନ ତାଙ୍କ କରୋନା ଟେଷ୍ଟ ପରେ ରିପୋର୍ଟ ପଜିଟିଭ ଆସିଥିବା ନେଇ ନିଜେ ସଂପୃକ୍ତ ବିଧାୟକ ସ୍ପଷ୍ଟ କରିଛନ୍ତି । ଏ ନେଇ ଚାରିଆଡେ ଆତଙ୍କ ଖେଳିଯାଇଛି । […]

Continue Reading

ସଂକ୍ରମଣ ତାଲିକାରେ ତୃତୀୟ ସ୍ଥାନରେ ଭାରତ, ଦେଶରେ କରୋନା ମୃତ୍ୟୁସଂଖ୍ୟା ୧୯୬୯୩କୁ ବୃଦ୍ଧି

ଦେଶରେ କରୋନାଜନିତ ମୃତ୍ୟୁସଂଖ୍ୟା ୧୯ ହଜାର ୬୯୩କୁ ବୃଦ୍ଧି ପାଇଛି । ଆକ୍ରାନ୍ତ ସଂଖ୍ୟା ପହଞ୍ଚିଛି ୬ ଲକ୍ଷ ୯୭ ହଜାର ୪୧୩ରେ । ଗତ ୨୪ ଘଣ୍ଟାରେ ୨୪ ହଜାର ୨୪୮ ଜଣ କରୋନାରେ ଆକ୍ରାନ୍ତ ହୋଇଥିବାବେଳେ ୪୨୫ ଜଣ ପ୍ରାଣତ୍ୟାଗ କରିଛନ୍ତି । ଏ ପର୍ଯ୍ୟନ୍ତ ମୋଟ ସଂକ୍ରମିତ ସଂଖ୍ୟା ୨ ଲକ୍ଷ ୫୩ ହଜାର ୨୮୭ ଓ ସୁସ୍ଥ ସଂଖ୍ୟା ୪ ଲକ୍ଷ ୨୪ ହଜାର ୪୩୭ ରହିଛି । କେନ୍ଦ୍ର ସ୍ୱାସ୍ଥ୍ୟ […]

Continue Reading

କଟକ ଶିଶୁ ଭବନକୁ ମାଡିଲା କରୋନା

କଟକ : କଟକ ଜିଲ୍ଲାରେ ଆଉ ୨୩ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଶିଶୁ ଭବନରୁ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଥିବା ସୂଚନା ମିଳିଛି । ସେହିପରି ଏସସିବି ଆଇସୋଲେସନ ଓ୍ୱାର୍ଡରୁ ୪, ୬ ଏସସିବି କର୍ମଚାରୀ କୋଭିଡ୍ ସଂକ୍ରମିତ ହୋଇଛନ୍ତି । ପୀର ବଜାରରୁ ଜଣେ, ଘରୋଇ ହସ୍ପିଟାଲରୁ ମଧ୍ୟ ଜଣେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେହପରି ଚୌଦ୍ୱାରରୁ ୫ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏତତ୍ ବ୍ୟତୀତ ଆଠଗଡରୁ ୩, ବଡମ୍ବାରୁ […]

Continue Reading

ବିଶ୍ୱରେ କରୋନା ଜନିତ ମୃତ୍ୟୁ ସଂଖ୍ୟା ୫ ଲକ୍ଷରୁ ଉର୍ଦ୍ଧ୍ଵ

ନୂଆଦିଲ୍ଲୀ : ମହାମାରୀ କରୋନା ଭାଇରସ ବିଶ୍ୱବାସୀଙ୍କୁ ଅଧିକ ଡରାଉଛି । ସମଗ୍ର ପୃଥିବୀରେ ସୋମବାର ସକାଳ ସାଢ଼େ ୬ଟା ପର୍ୟ୍ୟନ୍ତ ୧ କୋଟି ୧୫ ଲକ୍ଷ ୪୯ ହଜାର ୪୨୯ ଜଣ ସଂକ୍ରମିତ ହୋଇଥିବା ବେଳେ ୫ ଲକ୍ଷ ୩୬ ହଜାର ୪୪୧ ଜଣ ଜୀବନ ହରାଇଛନ୍ତି । କିନ୍ତୁ ଖୁସିର କଥା ଯେ, କରୋନା ଭାଇରସ ସଂକ୍ରମିତ ରୋଗୀଙ୍କ ମଧ୍ୟରୁ ଏଯାଏଁ ୬୫ ଲକ୍ଷ ୨୭ ହଜାର ୧୦୨ ଜଣ ସୁସ୍ଥ ହୋଇସାରିଛନ୍ତି । […]

Continue Reading

ରାଜଧାନୀରେ ବେକାବୁ କରୋନା , ଭୁବନେଶ୍ୱରରୁ ପୁଣି ୧୯ କରୋନା ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର : ରାଜ୍ୟରେ ଦିନକୁ ଦିନ ବଢିଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଆଜି ରାଜ୍ୟରେ ୪୬୯ଜଣ କରୋନା ସଂକ୍ରମିତଙ୍କ ଚିହ୍ନଟ ହୋଇଛନ୍ତି । ସେହିପରି ରବିବାର ଦିନ ରାଜଧାନୀ ଭୁବନେଶ୍ୱରରୁ ଆଉ ୧୯ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରେ ୯ ଜଣ କ୍ୱାରେଣ୍ଟାଇନରେ ଥିବା ବେଳେ ୮ଜଣ ହେଉଛନ୍ତି ସ୍ଥାନୀୟ ସଂକ୍ରମିତ । ୨ଜଣ କରୋନା ଯୋଦ୍ଧା ସଂକ୍ରମିତ ହୋଇଛନ୍ତି । ସେହିପରି ୨୩ଜଣ ଆରୋଗ୍ୟ ଲାଭ କରିଛନ୍ତି । ଏହାକୁ […]

Continue Reading

ଦେଶରେ ଅଣାୟତ ସ୍ଥିତିରେ କରୋନା , ବଢୁଛି ସଂକ୍ରମିତଙ୍କ ସଂଖ୍ୟା ଆଉ ମୃତ୍ୟୁସଂଖ୍ୟା ୧୯୨୬୮କୁ ବୃଦ୍ଧି

ନୂଆଦିଲ୍ଲୀ : ଭାରତରେ ହୁ ହୁ ହୋଇ ବଢ଼ି ଚାଲିଛି କରୋନା ଆକ୍ରାନ୍ତଙ୍କ ସଂଖ୍ୟା । ଆଜି ପୁଣି ଦେଶରେ ରେକର୍ଡ ଭାଙ୍ଗିଛି ମହାମାରୀ କରୋନା ସଂକ୍ରମିତ ଚିହ୍ନଟ ସଂଖ୍ୟା। ଆଜି ପ୍ରାୟ ୨୫ ହଜାର ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବୃଦ୍ଧି ପାଇ ୬ ଲକ୍ଷ ୭୩ ହଜାର ଟପିଥିବା ବେଳେ ମୃତ୍ୟୁ ସଂଖ୍ୟା ୧୯ ହଜାର ୨୬୮ ଛୁଇଁଲାଣି । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ସୂଚନା […]

Continue Reading

ରାଜ୍ୟରେ ଆଜି କରୋନା ନେଲା ପୁଣି ୨ ମୁଣ୍ଡ, ସଂକ୍ରମିତ ହେଲେ ଆଜି ଆଉ ୪୬୯ ଜଣ

ଆଜି ପୁଣି ରାଜ୍ୟରେ କରୋନା ନେଇଛି ୨ଟି ମୁଣ୍ଡ । ମୃତକ ଦୁଇଜଣରୁ ଜଣେ ଗଜପତି ଜିଲ୍ଲାର ହୋଇଥିବାବେଳେ ଅନ୍ୟ ଜଣଙ୍କ ସୁନ୍ଦଗଡ ଜିଲ୍ଲାର ବୋଲି ରାଜ୍ୟ ସ୍ଵସ୍ଥ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଦିଆଯାଇଥିବା ସୂଚନାରୁ ଜଣାପଡିଛି । ସେପରି ରାଜ୍ୟ ସୂଚନା ଓ ଲୋକସମପର ବିଭାଗ ସୂଚନା ଅନୁସାରେ ଆଜି ରାଜ୍ୟରେ ପୁଣି ୪୬୯ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ତନ୍ମଧ୍ୟରେ କ୍ଵାରେଣ୍ଟିନ ସେଣ୍ଟରରୁ ୩୧୭ଜଣ ଚିହ୍ନଟ ହୋଇଥିବାବେଳେ ବାକି […]

Continue Reading

ଆଚାର୍ୟ୍ୟ ହରିହର କ୍ୟାନସର ହସ୍ପିଟାଲର ପିଛା ଛାଡୁନି କରୋନା, ଆଉ ୩୮ ପଜିଟିଭ ଚିହ୍ନଟ

କଟକ : କଟକର ଆଚାର୍ୟ୍ୟ ହରିହର କ୍ୟାନସର ହସ୍ପିଟାଲରୁ ଏଯାଏଁ ୧୦୮ ଜଣ କରୋନା ପଜିଟିଭ ଚିହ୍ନଟ ହୋଇସାରିଛନ୍ତି । ଗତକାଲି ଏଠାରୁ ୩୮ ଜଣ ବ୍ୟକ୍ତି କରୋନା ପଜିଟିଭ ଚିହ୍ନଟ ହୋଇଥିଲେ । ଏଥିରୁ ୩୭ ଜଣ କର୍କଟ ରୋଗୀ ହୋଇଥିବା ବେଳେ ଅନ୍ୟ ଜଣେ ରୋଗୀଙ୍କ ସଂପର୍କୀୟ ବୋଲି ଜଣାଯାଇଛି । କ୍ୟାନସର ହସ୍ପିଟାଲରୁ ଗତ ୨ ତାରିଖ ଦିନ ଏକକାଳୀନ ୫୫ ଜଣ ରୋଗୀ, ରୋଗୀଙ୍କ ସଂପର୍କୀୟ କରୋନା ପଜିଟିଭ ଚିହ୍ନଟ ହୋଇଥିଲେ […]

Continue Reading

ଭୁବନେଶ୍ଵର ଛାତିରେ ଜଳୁଛି କରୋନା ନିଆଁ, ଦିନକରେ ୪୫ ପଜିଟିଭ ଚିହ୍ନଟ

କରୋନା କବଳରେ ସାରା ଓଡିଶା ଛଟପତ ହେଉଥିବାବେଳେ ରାଜଧାନୀରେ ମଧ୍ୟ ତାର କରାଳ ରୂପ ଦେଖିବାକୁ ମିଳିଛି । ଓଡିଶାରେ ଆଜି ୪୯୫ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଭୁବନେଶ୍ଵରରେ ଆଜି ୪୫ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚିହ୍ନଟ ୪୫ ଜଣ ମଧ୍ୟରୁ ୩୭ କ୍ଵାରେଣ୍ଟିନ ସେଣ୍ଟରର ହୋଇଥିବାବେଳେ ୮ ଜଣ ସ୍ଥାନୀୟ ଅଞ୍ଚଳର ବୋଲି ଜଣାପଡିଛି । ଆଜି ମଞ୍ଚେଶ୍ଵର ପ୍ରତିଦିନ ଅଫିସ ନିକଟରୁ ଆଉ ୯ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି […]

Continue Reading

ଜୁଲାଇ ଆରମ୍ଭରୁ ରାଜ୍ୟରେ କରୋନା ଭାଇରସର ତାଣ୍ଡବ ନୃତ୍ୟ

ଜୁଲାଇ ଆରମ୍ଭରୁ ସାରା ରାଜ୍ୟରେ କରୋନା ତାର ଭୈରବୀ ରୂପ ଦେଖାଇବା ଆରମ୍ଭ କରିବା ସହିତ ୪ ଦିନରେ ୯ ଜଣ କରୋନା ଆକ୍ରାନ୍ତଙ୍କର ଜୀବନ ନେଇସାରିଲାଣି । ୪ ଦିନରେ ୯ ଜଣଙ୍କ ଜୀବନ ନେବା ସହିତ ୧୫୩୬ ଜଣଙ୍କୁ ଆକ୍ରାନ୍ତ କରିସାରିଛି । ମାସକ ମଧ୍ୟରେ ରାଜ୍ୟରେ ଆକ୍ରାନ୍ତଙ୍କସଂଖ୍ୟା ବଢିଛି ୫୯୯୩ । ଜୁନ ୪ ତାରିଖରେ କରୋନା ଆକ୍ରାନ୍ତ ଥିଲେ ୨୦୮ ଜଣ । ଆଜି ଜୁଲାଇ ୪ ତାରିଖରେ ଆକ୍ରାନ୍ତଙ୍କ ସଂଖ୍ୟା […]

Continue Reading