ହାତ ଖୋଲିଦେଲା ଶ୍ରୀମନ୍ଦିର ପ୍ରଶାସନ, ସେବାୟତଙ୍କୁ ଦେବ ଘର ଆଉ ନଗଦ ୧୦ ହଜାର ଟଙ୍କା

ଭକ୍ତଙ୍କ ସ୍ଵାର୍ଥପ୍ରତି ଆଖି ବୁଜିଦେଇଥିବା, ମହାପ୍ରଭୁଙ୍କ ରୀତିନୀତିରେ ବିଶୃଙ୍ଖଳାକୁ ଅଣଦେଖା କରୁଥିବା ତଥା ଆଜି ପର୍ଯ୍ୟନ୍ତ ମହାପ୍ରସାଦ ଦର ତାଲିକା ଝୁଲାଇବାରେ ବିଫଳ ଶ୍ରୀମନ୍ଦିର ପ୍ରଶାସନ ଏବେ ସେବାୟତଙ୍କ ପାଇଁ ହାତ ଖୋଲା କରିଥିବା ନେଇ ସୂଚନା ମିଳିଛି । ମହାପ୍ରଭୁଙ୍କ ସେବାରେ ନିୟୋଜିତ ଗରିବ ସେବାୟତଙ୍କୁ ଘର ଯୋଗାଇଦେବାକୁ ତତ୍ପର ହୋଇପଡିଛି ଶ୍ରୀମନ୍ଦିର ପ୍ରଶାସନ । ଏନେଇ ସୂଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରିଷନ କୁମାର । ମୁଖ୍ୟ ପ୍ରଶାସକ ପ୍ରକାଶ କରିଛନ୍ତି ଯେ […]

Continue Reading

ରାଜଧାନୀ ଭୁବନେଶ୍ୱରରେ ଆରମ୍ଭ ହେଲା ସେରୋ ସର୍ଭିଲାନ୍ସ ସର୍ଭେ

ଭୁବନେଶ୍ୱର : ରାଜଧାନୀ ଭୁବନେଶ୍ୱରରେ ଦିନକୁ ଦିନ ବଢୁଥିବା କରୋନା ସଂକ୍ରମଣକୁ ନିୟନ୍ତ୍ରଣ କରିବା ପାଇଁ ରାଜଧାନୀ ଭୁବନେଶ୍ୱରରେ ଆରମ୍ଭ ହୋଇଯାଇଛି ସେରୋ ସର୍ଭିଲାନ୍ସ ସର୍ଭେ । ରାଜଧାନୀର ବିଭିନ୍ନ ୱାର୍ଡ଼ରେ ବୁଲିବୁଲି ଲ୍ୟାବ ଅଧିକାରୀ ନମୁନା ସଂଗ୍ରହ କରୁଛନ୍ତି । ତେବେ ପ୍ରଥମ ପର୍ୟ୍ୟାୟରେ ୨୫୦୦ ଲୋକଙ୍କ ଟେଷ୍ଟ କରିବାକୁ ଲକ୍ଷ୍ୟ ରଖାଯାଇଛି । ପୁଣି ଆଉ ୪ ସପ୍ତାହ ପରେ ଆଉ ୨୫୦୦ ଲୋକଙ୍କ ଟେଷ୍ଟ କରାଯିବ । ଏବେ ୫ଟି କ୍ଲଷ୍ଟରରେ ସେରୋ […]

Continue Reading

ରାଜଧାନୀ ଭୁବନେଶ୍ୱରରେ ଆଜି ଆଉ ୩୮ ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର : ଶନିବାର ରାଜଧାନୀ ଭୁବନେଶ୍ୱରରୁ ଆଉ ୩୮ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୨୬ଜଣ କ୍ୱାରେଣ୍ଟାଇନରେ ଥିବା ବେଳେ ୧୨ଜଣ ହେଉଛନ୍ତି ସ୍ଥାନୀୟ ସଂକ୍ରମିତ । ଆହୁରି ମଧ୍ୟ ୬ଜଣ ଆରୋଗ୍ୟ ଲାଭ କରିଥିବା ବିଏମସି ଟ୍ୱିଟ୍ କରି ସୂଚନା ଦେଇଛି । ଚିହ୍ନଟ ହୋଇଥିବା ସ୍ଥାନୀୟ ସଂକ୍ରମିତମାନେ ହେଲେ, କୋଳଥିଆର ଜଣେ ୫୮ ବର୍ଷର ବ୍ୟକ୍ତି, ପୋଖରୀପୁଟର କାର୍ଗିଲ ବସ୍ତିର ୪୦ ବର୍ଷର ବ୍ୟକ୍ତି, ଭିମଟାଙ୍ଗୀର ୫୭ ବର୍ଷର ବ୍ୟକ୍ତି, […]

Continue Reading

ରାଜ୍ୟରେ କିଛି ଜିଲ୍ଲାରେ ଆଜି କାଲି ଦୁଇଦିନିଆ ସଟଡାଉନ

ଭୁବନେଶ୍ୱର : ଆଜି ଓ କାଲି ରାଜ୍ୟରେ ସାପ୍ତାହିକ ଦୁଇଦିନିଆ ସଟଡାଉନ ଲାଗୁ କରାଯାଇଛି ।  ରାଜ୍ୟ ସରକାର ୧୬ଟି ଜିଲ୍ଲାରେ ପ୍ରତି ଶନି ଓ ରବିବାର ସଟଡାଉନ ଘୋଷଣା କରିଛନ୍ତି। ଏବେ ଜିଲ୍ଲା ପ୍ରଶାସନଗୁଡ଼ିକ ପକ୍ଷରୁ ଆଉ ୬ଟି ଜିଲ୍ଲାରେ ଏହି କଟକଣା ଲାଗୁ କରାଯାଇଛି। ଗତ ଜୁନ ୩୦ରେ ରାଜ୍ୟ ସରକାର ଅନଲକ୍-୨ର ଗାଇଡଲାଇନ ଜାରି କରିଥିଲେ। ଏହି ଗାଇଡଲାଇନରେ ଜୋନ-୧ରେ ଥିବା ୧୦ଟି ଜିଲ୍ଲାକୁ ଜୁଲାଇ ୩୧ ପର୍ୟ୍ୟନ୍ତ ପ୍ରତି ଶନି ଓ […]

Continue Reading

କଟକ ସିଏମସି ପକ୍ଷରୁ କଟକଣା ଜାରି , ହଟସ୍ପଟ୍ ଜିଲାରୁ କଟକ ଆସିଲେ ୧୪ ଦିନିଆ କ୍ୱାରେଣ୍ଟିନ୍

କଟକ : ରାଜ୍ୟରେ ମହାମାରୀ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଢିଚାଲିଛି। ଅନୁରୂପ ଭାବେ କଟକ ସହରରେ ମଧ୍ୟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି। କଟକରେ ବଢୁଥିବା କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କଟକ ମହାନଗର ନିଗମ (ସିଏମସି) ପକ୍ଷରୁ କଟକଣା ବଢାଇ ଦିଆଯାଇଛି। ଏଣିକି ଓଡ଼ିଶାର କୌଣସି ହଟସ୍ପଟ୍ ଜିଲାରୁ ଯଦି କେହି କଟକ ସହରକୁ ଆସିବେ, ତା’ହେଲେ ସେମାନେ ୧୪ ଦିନ କ୍ବାରେଣ୍ଟାଇନ୍ ରହିବା ବାଧ୍ୟତାମୂଳକ। ଏନେଇ କଟକ ମହାନଗର […]

Continue Reading

ରାଜ୍ୟରେ କାଁ ଭାାଁ ଜାଗାରେ ବର୍ଷା ସମ୍ଭାବନା

ଭୁବନେଶ୍ବର : ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ ବିଶେଷ ସକ୍ରିୟ ହୋଇପାରୁ ନଥିବାରୁ ରାଜ୍ୟରେ ବର୍ଷା ପରିମାଣ ଧୀରେ ଧୀରେ କମିବାରେ ଲାଗିଛି। କେବଳ ଘୂର୍ଣ୍ଣିବଳୟ ଏବଂ ଟ୍ରଫ ଲାଇନ ପ୍ରଭାବରେ ରାଜ୍ୟର ଅଳ୍ପ କେତେକ ଜିଲାରେ ମଝିରେ ମଝିରେ ବର୍ଷା ହେଉଥିଲେ ହେଁ ଲଗାଣ ବର୍ଷା ଦେଖାନାହିଁ। ଦୁଇ ସପ୍ତାହ ଭିତରେ ଲଘୁଚାପ ସୃଷ୍ଟି ନହେବା କାରଣରୁ ମୌସୁମୀ ବିଶେଷ ସକ୍ରିୟ ହୋଇପାରୁନି। ସ୍ବାଭାବିକ ବର୍ଷା ଅଭାବରୁ ଚାଷ କାର୍ୟ୍ୟରେ ବାଧା ଉପୁଜିଛି। ସପ୍ତାହକ ଭିତରେ […]

Continue Reading

ଓଡିଆ ସାହିତ୍ୟରେ କେଉଁ କେଉଁ ବିଭାଗରେ କିଏ ପାଇଲେ ଓଡିଶା ସାହିତ୍ୟ ଏକାଡେମୀ ପୁରସ୍କାର, ଜାଣନ୍ତୁ ବିସ୍ତ୍ରୁତରେ

ଆଜି ଘୋଷଣା କରାଯାଇଛି ୨୦୧୫ ଓ ୨୦୧୬ ପାଇଁ ଓଡିଶା ସାହିତ୍ୟ ଏକାଡେମୀ ପୁରସ୍କାର । ବିଭିନ୍ନ କ୍ଷେତ୍ରରେ ନିଜର ଶ୍ରେଷ୍ଠ ଅବଦାନ ପାଇଁ ସେମାନଙ୍କ ନାମ ପୁରସ୍କାର ନିମନ୍ତେ ଘୋଷଣା କରାଯାଇଛି । ଆସନ୍ତୁ ଜାଣିବା କିଏ କେଉଁ ବିଭାଗରେ ପୁରସ୍କାର ପାଇଛନ୍ତି । ୨୦୧୫ ପାଇଁ ଉପନ୍ୟାସ ବିଭାଗରେ ପୁରସ୍କାର ପାଇବେ ନିତ୍ୟାନନ୍ଦ ପଣ୍ଡା । କ୍ଷୁଦ୍ରଗଳ୍ପରେ ପବିତ୍ର ପାଣିଗ୍ରାହୀ, କବିତାରେ ବୀଣାପାଣି ପଣ୍ଡା, ନାଟକ ଓ ଏକାଙ୍କିକାରେ ସଞ୍ଜୟ ହୋତା ଓ ନବୀନ […]

Continue Reading
Odisha Infocus

ସଟଡାଉନ ହେଲା ବିଧାନସଭା

ଭୁବନେଶ୍ୱର : ରାଜଧାନୀରେ ଦିନକୁ ଦିନ କରୋନା ସଂକ୍ରମଣ ବୃଦ୍ଧି ପାଉଛି। ଗତ ବୁଧବାର ରାଜଭବନକୁ ସାଧାରଣ ଲୋକଙ୍କ ଯିବା ନିଷେଧ ହୋଇଥିବାବେଳେ ଶୁକ୍ରବାର ବିଧାନସଭାକୁ ଦିନକ ପାଇଁ ସଟଡାଉନ ଘୋଷଣା କରାଯାଇଛି। ଏନେଇ ବାଚସ୍ପତି ସୂର୍ୟ୍ୟ ନାରାୟଣ ପାତ୍ର ସୂଚନା ଦେଇଛନ୍ତି। ବିଧାନସଭାର ଜଣେ କର୍ମଚାରୀଙ୍କ ସମ୍ପର୍କୀୟ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ତେଣୁ କରୋନା ସଂକ୍ରମଣ ବ୍ୟାପିବାର ଆଶଙ୍କା ଥିବାରୁ ବିଧାନସଭାକୁ ଶୁକ୍ରବାର ସଟଡାଉନ ଘୋଷଣା କରାଯାଇଛି। ରାଜ୍ୟ ସରକାରଙ୍କ ଘୋଷଣା ଅନୁସାରେ ଶନି […]

Continue Reading
odisha infocus

ବିଶେଷ ବଡ ଖବର, ଓଡ଼ିଶାର ୫ ଜିଲ୍ଲା ମାଓବାଦୀ ମୁକ୍ତ

ଭୁବନେଶ୍ୱର : ମାଓବାଦୀ ମୁକ୍ତ ହେଲା ଓଡ଼ିଶାର ଆଉ ୫ ଜିଲ୍ଲା । ମାଓ ପ୍ରଭାବିତ ଅଞ୍ଚଳରୁ ମୁକ୍ତ ହୋଇଥିବା ଏହି ଜିଲ୍ଲାଗୁଡିକ ହେଲା ଅନୁଗୁଳ, ବୌଦ୍ଧ, ସମ୍ବଲପୁର, ଦେଓଗଡ ଓ ନୟାଗଡ । ଓଡିଶାକୁ ମାଓବାଦୀ ମୁକ୍ତ ଜିଲ୍ଲା କରିବାକୁ ଓଡିଶା ପୋଲିସ୍ କାର୍ୟ୍ୟ କରୁଛି । ଅନୁଗୁଳ, ବୌଦ୍ଧ, ସମ୍ବଲପୁର ଦେଓଗଡ ଓ ନୟାଗଡ ମାଓ ପ୍ରଭାବିତ ଅଞ୍ଚଳ ରୁ ମୁକ୍ତ ହୋଇଛି । ଓଡିଶା ସରକାର ଏଥିପାଇଁ ଆଜି ମଞ୍ଜୁରୀ ଦେଇଛନ୍ତି । […]

Continue Reading

ପାଣିପାଗ ବିଭାଗର ସୁଚନା, ରାଜ୍ୟର ସ୍ଥାନେ ସ୍ଥାନେ ରହିଛି ବର୍ଷା ସମ୍ଭାବନା

ଭୁବନେଶ୍ୱର : ଏବେ ଓଡ଼ିଶା ଉପରେ ଘୂର୍ଣ୍ଣିବଳୟ କିମ୍ବା ଟ୍ରଫଲାଇନ୍ ସମ୍ଭାବନା ନାହିଁ । ତେଣୁ ରାଜ୍ୟରେ ବର୍ତ୍ତମାନ ବିଶେଷ ବର୍ଷା ହେବାର ସମ୍ଭାବନା ନାହିଁ । କିନ୍ତୁ ଆସନ୍ତା ଦୁଇଦିନ ରାଜ୍ୟର ସ୍ଥାନେ ସ୍ଥାନେ ଘଡ଼ଘଡ଼ି ସହ ବର୍ଷା ହୋଇପାରେ ବୋଲି ଅନୁମାନ କରିଛି ପାଣିପାଗ ବିଭାଗ । ପାଣିପାଗ ବିଭାଗ କହିଛି, ଶୁକ୍ରବାର ରାଜ୍ୟର କେତେକ ଜାଗାରେ ହାଲୁକାରୁ ମଧ୍ୟମ ବର୍ଷା ସମ୍ଭାବନା ଅଛି । ମାଲକାନଗିରି, କୋରାପୁଟ, କେନ୍ଦୁଝର, ମୟୂରଭଞ୍ଜ, ଢେଙ୍କାନାଳ, ଯାଜପୁରରେ […]

Continue Reading