ବଲିଉଡ଼ର ହାସ୍ୟ ଅଭିନେତା ଜଗଦୀପ ଙ୍କର ପରଲୋକ

ମୁମ୍ବଇ : ଚଳିତ ବର୍ଷ ବଲିଉଡ଼ର ଅନେକ ଲୋକପ୍ରିୟ କଳାକାର ଦୁନିଆରୁ ବିଦାୟ ନେଇଥିବା ବେଳେ ଏବେ ପୁଣି ଜଣେ ପ୍ରସିଦ୍ଧ ଅଭିନେତାଙ୍କର ଦେହାନ୍ତ ହୋଇଛି। ଲୋକପ୍ରିୟ ଚଳଚ୍ଚିତ୍ର ‘ଶୋଲେ’ର ସୁରମା ଭୋପାଲୀ ତଥା ପ୍ରସିଦ୍ଧ ହାସ୍ୟ ଅଭିନେତା ଜଗଦୀପ ଙ୍କର ପରଲୋକ ଘଟିଛି। ବୁଧବାର ୮୧ ବର୍ଷ ବୟସରେ ମୁମ୍ବଇରେ ସେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି। ତାଙ୍କ ବିୟୋଗରେ ବଲିଉଡ଼ରେ ଶୋକର ଛାୟା ଖେଳିଯାଇଛି। ଜଗଦୀପ ହିନ୍ଦୀ ଚଳଚ୍ଚିତ୍ର ଜଗତର ଜଣେ ଜଣାଶୁଣା ଅଭିନେତା […]

Continue Reading

ବଲିଉଡ୍‍ର ପ୍ରସିଦ୍ଧ କୋରିଓଗ୍ରାଫର ସରୋଜ ଖାନଙ୍କ ପରଲୋକ

ମୁମ୍ବାଇ : ସିନେମା ଜଗତର ଜଣାଶୁଣା କୋରିଓଗ୍ରାଫର ସରୋଜ ଖାନଙ୍କର ହୃଦଘାତ ଯୋଗୁଁ ମୁମ୍ବାଇରେ ପରଲୋକ ହୋଇଛି । ସେ ଗତ କିଛି ଦିନ ହେବ ଅସୁସ୍ଥ ହୋଇପଡିଥିଲେ । ତାଙ୍କୁ ବାନ୍ଦ୍ରା ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଗୁରୁବାର ବିଳମ୍ବିତ ରାତିରେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ବିଗିଡି ଯାଇଥିଲା । ଫଳରେ ଶୁକ୍ରବାର ତାଙ୍କର ମୃତ୍ୟୁ ଘଟିଛି। ତାଙ୍କର କୋଭିଡ୍-୧୯ ଟେଷ୍ଟ ନେଗେଟିଭ୍ ଆସିଛି । ମୃତ୍ୟୁ ବେଳକୁ ତାଙ୍କୁ ୭୧ ବର୍ଷ ହୋଇଥିଲା । ଚାରି ଦଶନ୍ଧିରୁ […]

Continue Reading

ଚିତ୍ରନାଟ୍ୟ ଲେଖକ ବିଜୟ ମିଶ୍ରଙ୍କ ୮୩ ବର୍ଷ ବୟସରେ ପରଲୋକ

ଭୁବନେଶ୍ୱର : ବିଶିଷ୍ଟ ନାଟ୍ୟକାର ତଥା ଓଡ଼ିଆ ଚଳଚ୍ଚିତ୍ର ଜଗତର ସ୍ୱନାମଧନ୍ୟ କାହାଣୀକାର, ଚିତ୍ରନାଟ୍ୟ ଲେଖକ ଓ ସଂଳାପକାର ବିଜୟ ମିଶ୍ରଙ୍କ ଗତକାଲି ପରଲୋକ ଘଟିଛି ।  ଭୁବନେଶ୍ୱରସ୍ଥିତ ଏକ ଘରୋଇ ନର୍ସିଂହୋମରେ ତାଙ୍କର ୮୩ ବର୍ଷ ବୟସରେ ପରଲୋକ ହୋଇଛି । ସ୍ୱର୍ଗତ ବିଜୟ ମିଶ୍ର ୫୦ରୁ ଅଧିକ ଓଡ଼ିଆ ଚଳଚ୍ଚିତ୍ର ଏବଂ ବହୁ ଟେଲି ଧାରାବାହିକରେ ସଂଳାପ ରଚନା କରିଛନ୍ତି । ୧୯୭୨ ମସିହାରେ ସେ ଯାଯାବର ଚଳଚ୍ଚିତ୍ର ମାଧ୍ୟମରେ ଓଡ଼ିଆ ଚଳଚ୍ଚିତ୍ର ଜଗତରେ […]

Continue Reading

ପରଲୋକରେ ଓଡ଼ିଶାର ପୂର୍ବତନ ସ୍ଵାସ୍ଥ୍ୟମନ୍ତ୍ରୀ ସନାତନ ବିଶି

ସମ୍ବଲପୁର : ଓଡ଼ିଶାର ପୂର୍ବତନ ସ୍ଵାସ୍ଥ୍ୟମନ୍ତ୍ରୀ ସନାତନ ବିଶିଙ୍କର ୯୧ ବର୍ଷ ବୟସରେ ମଙ୍ଗଳବାର ସକାଳେ ପରଲୋକ ଘଟିଛି। ସମ୍ବଲପୁର ଜିଲାର ହୀରାକୁଦ କଲୋନୀରେ ଥିବା ବାସଭବନରେ ଶ୍ରୀ ବିଶି ଶେଷ ନିଃଶ୍ବାସ ତ୍ୟାକ କରିଛନ୍ତି। ସେ ଅନେକ ଦିନ ଧରି ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡ଼ିତ ଥିଲେ। ସନାତନଙ୍କ ମୃତ୍ୟୁ ଯୋଗୁ ରାଜନୀତି ସମେତ ବିଭିନ୍ନ ମହଲରେ ଶୋକ ପ୍ରକାଶ ପାଇଛି। ସୂଚନାଯୋଗ୍ୟ, ସନାତନ ବିଶି ୧୯୯୪ରେ ରାଜ୍ୟସଭାକୁ ନିର୍ବାଚିତ ହୋଇଥିଲେ। ୨୦୦୦ ମସିହା ପର୍ୟ୍ୟନ୍ତ […]

Continue Reading

ପୂର୍ବତନ ବିଧାୟକ ପ୍ରହଲ୍ଲାଦ ବେହେରାଙ୍କ ୮୩ ବର୍ଷ ବୟସରେ ପରଲୋକ

ବୌଦ୍ଧ : ବୌଦ୍ଧ ଜିଲ୍ଲାର ପୂର୍ବତନ ବିଧାୟକ ପ୍ରହଲ୍ଲାଦ ବେହେରାଙ୍କ ୮୩ ବର୍ଷ ବୟସରେ ପରଲୋକ ଘଟିଛି । ଅସୁସ୍ଥ ହୋଇ ଗତକାଲି ଠାରୁ ବୁର୍ଲା ଡାକ୍ତରଖାନାରେ ଚିକିତ୍ସିତ ହେଉଥିଲେ । ଆଜି ସକାଳ ୪.୩୦ମିନିଟରେ ତାଙ୍କର ଦେହାନ୍ତ ହୋଇଥିବା ଜଣାପଡିଛି । ଏକଦା ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ସାରଥୀ ଥିବା ପ୍ରହଲ୍ଲାଦ ବେହେରା ଅବିଭକ୍ତ ଫୁଲବାଣୀ ସଂରକ୍ଷିତ ନିର୍ବାଚନ ମଣ୍ଡଳୀରୁ ୧୯୭୭ ମସିହାରେ ଜନତା ପାର୍ଟି ତରଫରୁ ବିଧାୟକ ଭାବରେ ନିର୍ବାଚିତ ହୋଇଥିଲେ । […]

Continue Reading