Odisha Infocus

ମହାରାଷ୍ଟ୍ରରେ ମଣିଷଖିଆ ବାଘୁଣୀ ଅବନୀ କୁ ଗୁଳି କରି ହତ୍ୟା

NATIONAL

‘ସୁନ୍ଦରୀ’ ଆତଙ୍କରେ ସ୍ଥାନୀୟ ଲୋକ ଏବେ ଆତଙ୍କିତ ଅବସ୍ଥାରେ ଅଛନ୍ତି । ସପ୍ତାହରୁ ଅଧିକ ହେବ ବନବିଭାଗ ସୁନ୍ଦରୀକୁ ଟ୍ରାଙ୍କୁଲାଇଜ କରିବା ପାଇଁ ଉଦ୍ୟମରେ ଲାଗିଛନ୍ତି । ହେଲେ ବାଘୁଣୀ ସୁନ୍ଦରୀ ଧରା ଛୁଆଁ ଦେଉ ନାହିଁ. କିନ୍ତୁ ସେପଟେ ମହାରାଷ୍ଟ୍ରରେ ଏକ ମଣିଷଖିଆ ବାଘୁଣୀକୁ ଗୁଳି କରି ହତ୍ୟା କରାଯାଇଛି । ମହାରାଷ୍ଟ୍ରର ପନ୍ଧର୍କୱାଡା ଜଙ୍ଗଲ ଓ ତାର ଆଖପାଖରେ ଆତଙ୍କ ସୃଷ୍ଟି କରିଥିଲା ବାଘୁଣୀ ‘ଅବନୀ’ । ତା ନାଁରେ ୧୪ ଜଣ ମଣିଷଙ୍କୁ ମାରି ଖାଇଥିବାର ଅଭିଯୋଗ ଥିଲା ।

ଏହି ମଣିଷଖିଆ ବାଘୁଣୀକୁ ଦେଖିବା ମାତ୍ରେ ଗୁଳି କରି ହତ୍ୟା କରିବା ପାଇଁ ମହାରାଷ୍ଟ୍ର ବନ ବିଭାଗକୁ ନିର୍ଦ୍ଦେଶ ଦିଆଯାଇଥିଲା। ଏପରିକି ତାକୁ ଗୁଳି କରି ମାରିବା ପାଇଁ ସୁପ୍ରିମକୋର୍ଟ ମଧ୍ୟ ନିର୍ଦ୍ଦେଶ ଦେଇଥିଲେ। ଏହା ବ୍ୟତୀତ ଗତ ଅକ୍ଟୋବର ୧୬ ତାରିଖରେ ବମ୍ବେ ହାଇକୋର୍ଟର ନାଗପୁର ବେଞ୍ଚ ଏ ନେଇ କଣ ପଦକ୍ଷେପ ନିଆଯାଇଛି ତାହା ଜାଣିବା ପାଇଁ ମଧ୍ୟ ଚାହିଁଥିଲେ।

ତେବେ ଗତକାଲି ରାତିରେ ବନବିଭାଗ ବାଘୁଣୀ ‘ଅବନୀ’କୁ ୟାବତମାଲ ଜଙ୍ଗଲରେ ଗୁଳି କରି ହତ୍ୟା କରିଥିବା ଜଣାପଡିଛି। ଏଥିପାଇଁ ସ୍ନିଫର ଡଗ୍ , ସାର୍ପସୁଟରଙ୍କୁ ନେଇ ବନବିଭାଗ ଦୀର୍ଘ ଦିନ ହେଲା ଅଭିଯାନ ଚଳାଇଥିଲା। ହେଲେ ଧରା ଛୁଆଁ ଦେଉନଥିଲା ବାଘୁଣୀ ‘ଅବନୀ’ । ଶେଷରେ ତାକୁ ଆକର୍ଷିତ କରିବା ପାଇଁ ଏକ ଖାସ୍ ଧରଣର ପରଫ୍ୟୁମ୍ ମଗାଯାଇଥିଲା ବିଦେଶରୁ । ଜଙ୍ଗଲ ଭିତରେ ଏହି ପରଫ୍ୟୁମ୍ ଛିଞ୍ଚି ଦେବା ପରେ ଫାନ୍ଦରେ ପଡିଥିଲା ଅବନୀ ।

Please follow and like us:
error