ଆଜି ଶୁଭୁଛି ଚାରିଆଡେ ରଜଦୋଳି ଗୀତ, ଉତ୍ସବ ମୁଖର ଗାଁରୁ ସହର

STATE

ଆଜି ପହିଲି ରଜ । ଓଡିଶାର ଗଣପର୍ବ ରଜର ଆଜି ହେଉଛି ପ୍ରଥମ ଦିନ । ରଜ ହେଉଛି ବର୍ଷା ଓ ବସୁମତୀ ମା’ର ମିଳନ ପର୍ବ । ଆଜି ପୁରପଲ୍ଲୀଠୁ ଆରମ୍ଭ କରି ସହର ପର୍ଯ୍ୟନ୍ତ, ସବୁଠାରେ ଉତ୍ସବ । ଘରେ ଘରେ ପିଠାପଣା ଆଉ ମିଠା ସହିତ ରଜ ପାନ । ଅବିବାହିତା କୁମାରୀ କନ୍ୟାଠାରୁ ବିବାହିତା ମହିଳା ସମସ୍ତେ ବଡ ଧୂମଧାମରେ ଏହି ପର୍ବ ପାଳନ କରିଥାନ୍ତି । ତେଣୁ ପୋଡପିଠା ଓ ପାନରେ ମହାକୁଛି ଚାରିଆଡ ।

ରଜ ପାଳନ ପାଇଁ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଉଛି । ଓଟିଡ଼ିସି ମଧ୍ୟ ସବୁବର୍ଷ ପରି ଏବର୍ଷ ରଜ ଉତ୍ସବ ଭୁବନେଶ୍ଵରରେ ପାଳନ କରୁଥିବାବେଳେ କଟକ, ଚାନ୍ଦିପୁର,ଗୋପାଳପୁର, ସମ୍ବଲପୁର, ରାଉରକେଲା, ବଡକୁଳ ଓ ପାରାଦୀପ ପାନ୍ଥନିବାସମାନଙ୍କରେ ମଧ୍ୟ ପାଳନ କରୁଛି । ସେପରି ଆଜିଠୁ ଭୁବନେଶ୍ଵରରେ ଆରମ୍ଭ ହୋଇଛି ୪ ଦିନିଆ ରଜ ମହୋତ୍ସବ । ଖୋର୍ଦ୍ଧାର ବରୁଣେଇ ପୀଠରେ କିନ୍ତୁ ଦୋଳି, ପାନ, ଝୋଟି ଓ ହୁଳହୁଳି ଆଦି ପ୍ରତିଯୋଗୀତା ଚାଲିଛି । ତା ସହିତ ରହିଛି ବାଟି, ତାସ ଓ କବାଡି ଆଦି ଖେଳ । ଏଠାରେ ଏହି ମହୋତ୍ସବ ଆଜିଠୁ ୩ ଦିନ ଚାଲିବ ।

Please follow and like us:
error