ଆଜି ବଲିଉଡ୍ ଅଭିନେତ୍ରୀ ଆଲିଆ ଭଟ୍ଟଙ୍କ ଜନ୍ମଦିନ

ENTERTAINMENT

ମୁମ୍ବାଇ : ବଲିଉଡର ଅଭିନେତ୍ରୀ ଆଲିଆ ଭଟ୍ଟ ରବିିବାର ୨୭ ବର୍ଷରେ ପାଦ ଦେଇଛନ୍ତି। ସେ ୧୯୯୩ ମାର୍ଚ୍ଚ ୧୫ରେ ମୁମ୍ବାଇଠାରେ ଜନ୍ମଗ୍ରହଣ କରିଥିଲେ। ୨୦୧୨ରେ ଫିଲ୍ମ ଷ୍ଟୁଡେଣ୍ଟ୍ ଅଫ୍ ଦି ଇୟରରେ ସେ ବଲଉଡରେ ଡେବ୍ୟୁ କରିଥିଲେ। ପୂର୍ବରୁ ସିଦ୍ଧାର୍ଥ ମାଲହୋତ୍ରାଙ୍କ ସହିତ ଆଲିଆଙ୍କ ସମ୍ପର୍କ ନେଇ ବେଶ୍ ଚର୍ଚ୍ଚା ହେଉଥିଲା। ତେବେ ପରେ ଏଥିରେ ଭଟ୍ଟା ପଡ଼ିଥିଲା।

ଏବେ ଆଲିଆ ଏବଂ ରଣବୀର କପୁରଙ୍କ ସମ୍ପର୍କ ନେଇ ବଲିଉଡରେ ଚର୍ଚ୍ଚା ହେଉଛି। ଆଲିଆ ସବୁବେଳେ ନିଜ ପରିଶ୍ରମ ଉପରେ ଭରସା କରିଥାନ୍ତି ବୋଲି ଏକ ସାକ୍ଷାତ୍କାରରେ ପ୍ରକାଶ କରିଥିଲେ। ସେ ୨୦୧୮ରେ ୫୮.୮୩ କୋଟି ଟଙ୍କା ରୋଜଗାର କରିଥିଲେ। ୨୦୧୯ରେ ତାଙ୍କର ରୋଜଗାର ପରିମାଣ ୫୯.୨୧ କୋଟି ଟଙ୍କା ଥିଲା। ଦର୍ଶକ ଆଲିଆଙ୍କ ଅଭିନୟକୁ ବେଶ୍ ପସନ୍ଦ କରୁଛନ୍ତି। ତେଣୁ ଏବେ ଆଲିଆଙ୍କ ପଛରେ ନିର୍ଦ୍ଦେଶକଙ୍କ ଲମ୍ବା ଲାଇନ୍ ଲାଗିଛି ବୋଲି ବଲିଉଡରେ ଚର୍ଚ୍ଚା ହେଉଛି।

Please follow and like us:
error