odisha infocus

ଆଜି ବନକଲାଗି ନୀତି, କାଲିଠୁ ମିଳିଲା ଆଡପ ଅଭଡା

STATE

ଆଡପମଣ୍ଡପରେ ବିଜେ କରିଛନ୍ତି ଚତୁର୍ଦ୍ଧା ମୂର୍ତ୍ତି । ଲକ୍ଷ ଲକ୍ଷ ଲୋକ ତାଙ୍କୁ ଆଡପମଣ୍ଡପରେ ଦର୍ଶନ କରି ନିଜକୁ ଧନ୍ୟ ମନେ କରୁଛନ୍ତି । ଲୋକଙ୍କ ବିଶ୍ଵାସ ଯେ ଆଡପମଣ୍ଡପରେ ପ୍ରଭୁଙ୍କୁ ଦର୍ଶନ କାଲେ ଅଶେଷ ପୂଣ୍ୟ ମିଳିଥାଏ । ଆଜି କିନ୍ତୁ କିଛି ଘଣ୍ଟା ପ୍ରଭୁଙ୍କ ଦର୍ଶନରୁ ଭକ୍ତ ବଞ୍ଚିତ ହେବେ । କାରଣ ଆଜି ଅଛି ପ୍ରଭୁଙ୍କର ବନକଲାଗି ନୀତି । ଏହା ଏକ ଗୁପ୍ତ ସେବା । ପ୍ରତିମାସରେ ଏହି ନୀତି ସମ୍ପନ୍ନ ହୋଇଥାଏ । ହେଲେ ଆଡପମଣ୍ଡପରେ ପ୍ରଥମ ବନକଲାଗି ଆଜି । ମହାପ୍ରଭୁଙ୍କ ଶ୍ରୀଅଙ୍ଗ ବଜ୍ର, ସଶକ୍ତ ଓ ସୁଶୋଭିତ କରିବାକୁ ଆଜି ପ୍ରଥମେ ଲାଗି ହେଉଛି ଦିବ୍ୟ ପ୍ରଲେପ । ମଧ୍ୟାହ୍ନ ଧୂପ ପରେ ଶୃଙ୍ଗାର କରାଯାଇ ଦତ୍ତ ମହାପାତ୍ର ସେବକମାନେ ବନକ ଲାଗି ନୀତି ସମ୍ପାଦନ କରିବେ । ଏହା ଏକ ଗୁପ୍ତ ନୀତି ହୋଇଥିବାରୁ ଏହି ସମୟରେ ଜୟବିଜୟ ଦ୍ଵାର ବନ୍ଦ ରଖାଯିବ । ଏହି ନୀତି ପାଇଁ ଦୀର୍ଘ ୬ଘଣ୍ଟା ଧରି ଆଜି ସାଧାରଣ ଦର୍ଶନ ବନ୍ଦ ରହିବ । ରାତି ୯ଟାରୁ ଦର୍ଶନ ବାରଣ କରାଯାଇଛି ।

loading...

ଗତକାଲି ଭକ୍ତମାନେ ପାଇଥିଲେ ପ୍ରଥମ ଆଡପ ଅଭଡା । ଗତକାଲି ସକାଳ ୬ଟା ୨୦ରେ ଦ୍ଵାରଫିଟା ଯାଇ ୭ଟାରେ ମଙ୍ଗଳ ଆଳତି କରାଯାଇ ଅନ୍ୟାନ୍ୟ ନୀତି ବଢିଥିଲା । ୮ଟା ୪୫ରେ ଅବକାଶ ସରିବା ପରେ ସାହାଣମେଲା ଦର୍ଶନ ୨ ଘଣ୍ଟା ପାଇଁ ହୋଇଥିଲା । ଭକ୍ତମାନେ ଗୁଣ୍ଡିଚା ମନ୍ଦିର ମୁଖ୍ୟ ଦ୍ଵାର ଦେଇ ଭିତରେ ପ୍ରବେଶ କରି ଠାକୁରଙ୍କୁ ଦର୍ଶନ କରିବା ପରେ ନାକଚଣା ଦ୍ଵାର ପଟେ ବାହାରିଥିଲେ । ପୂର୍ବାହ୍ନ ୧୧ଟା ୧୦ରେ ଗୋପାଳ ବଲ୍ଲଭ ସରି ଅପରାହ୍ନ ୨ଟା ୧୫ରେ ସକାଳ ଧୂପ ହୋଇଥିଲା । ଏହାପରେ ଆଡପ ଅଭଡା ପ୍ରାୟ ସାଢେ ୨ଟାରେ ବାହାରିଥିଲା ।

Please follow and like us:
error
loading...