ଅଯୋଧ୍ୟା ଜମି ବିବାଦ ର ଶୁଣାଣି ଆଜି

NATIONAL

ନୁଆଦିଲୀ : ସୁପ୍ରିମକୋର୍ଟରେ ବୁଧବାର ୨ ବଡ଼ ମାମଲାର ଶୁଣାଣି ହେବ । ପ୍ରଥମ ମାମଲା ଅଯୋଧ୍ୟା ଜମି ବିବାଦ ହେଇଥିବା ବେଳେ ଦ୍ୱିତୀୟ ମାମଲା ହେଉଛି ଆମ୍ରପାଲୀର ଖଣ୍ଡିଆ ପ୍ରକଳ୍ପ । ଅଯୋଧ୍ୟା ଜମି ବିବାଦ ମାମଲାକୁ ନେଇ ସୁପ୍ରିମକୋର୍ଟ ୨୧ ଦିନ ଯାଏଁ ଶୁଣାଣି କରିବେ । ପ୍ରଧାନ ବିଚାରପତି ରଂଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଗଠିତ ସମ୍ବିଧାନ ପୀଠ ଅପରାହ୍ଣ ୨ଟାରେ ଏହି ମାମଲାର ଶୁଣାଣି କରିବେ । ମୁସଲିମ ପକ୍ଷ ତରଫରୁ ଓକିଲ ରାଜୀବ ଧାୱନ ନିଜର ଯୁକ୍ତି ରଖିବେ ।

loading...

ଗତ ଗୁରୁବାର ୨୦ତମ ଶୁଣାଣି ସମୟରେ ମୁସଲିମ ପକ୍ଷର ଓକିଲ ରାଜୀବ ଧାୱନ ପୁରା ଦିନ ଯୁକ୍ତି ରଖିଥିଲେ । ଧାୱନ କହିଥିଲେ ଯେ, ସ୍ୱାମୀତ୍ୱ ଶବ୍ଦ ଆର୍ଟର ଏକ ଟର୍ମ ଅଟେ । ସେହିଭଳି ସମ୍ବନ୍ଧ ଆର୍ଟର ଶବ୍ଦ ନୁହେଁ । ଜଷ୍ଟିସ ବୋବଡେ ପଚାରିଥିଲେ ଯେ, ସ୍ୱାମୀତ୍ୱ ଆର୍ଟର ଟର୍ମ କି? ଏହାରି ଉପରେ ଜଷ୍ଟିସଙ୍କ ସମ୍ବନ୍ଧ ଶବ୍ଦ ତାଙ୍କର ଆବେଦନରେ ଓ କୌଣସି ଆଇନରେ ନାହିଁ । ଆପଣ ଏହାରି ଉପରେ କାହିଁକି ଯୁକ୍ତି ରଖୁଛନ୍ତି । ଧାୱନ କହିଥିଲେ, କାରଣ ଏହା କହୁଛି ଯେ, ସ୍ୱାମୀତ୍ୱର ଅର୍ଥ ଆଉ କିଛି । ଏହା ବ୍ୟତୀତ ସୁପ୍ରିମକୋର୍ଟରେ ଚାଲିଥିବା ଅଯୋଧ୍ୟା ମାମଲାର ଶୁଣାଣିର ଲାଇଫ ପ୍ରସାରଣ ହୋଇପାରେ । ସୁପ୍ରିମକୋର୍ଟ ଆଜି ସଂଘ ବିଚାରକ କେ. ଏନ. ଗୋବିନ୍ଦାଚାର୍ୟ୍ୟଙ୍କ ଆବେଦନ ଉପରେ ବିଚାର କରିପାରନ୍ତି । ଗୋବିନ୍ଦାଚାର୍ୟ୍ୟ ଆବେଦନରେ କହିଛନ୍ତି, ଏହି ମାମଲା ରାଷ୍ଟ୍ରୀୟ ସମାନ ପାଇଁ ଉଦ୍ଦିଷ୍ଟ । ଆବେଦନକାରୀଙ୍କ ସମେତ କୋର୍ଟ କୋଟି କୋଟି ଲୋକ ଏହି ଶୁଣାଣିର ଅଂଶବିଶେଷ ହେବାକୁ ଚାହାନ୍ତି ।

ଆମ୍ରପାଲୀର ଖଣ୍ଡିଆ ପ୍ରକଳ୍ପ ନେଇ ମଧ୍ୟ ସୁପ୍ରିମକୋର୍ଟରେ ଆଜି ଶୁଣାଣି ହେବ । ଗତ ଶୁଣାଣିରେ ସୁପ୍ରିମକୋର୍ଟଙ୍କ ରେଜିଷ୍ଟ୍ରିକୁ ଆଦେଶ ଦେଇଥିଲେ ଯେ, ଏନବିସିସିକୁ ଫଣ୍ଡ ଦିଅନ୍ତୁ । ଏହା ଦ୍ୱାରା କାମ ଆଗକୁ ବଢ଼ିବ । କୋର୍ଟ ୭.୧୬ କୋଟି ଟଙ୍କା ଦେବାକୁ କହିଥିଲେ ।

Please follow and like us:
error
loading...