ଆଜି ପୁସ୍ତକପ୍ରେମୀ ଦିବସ | Today is book-lovers day

LITERATURE WING NATIONAL

            ଆଜି ହେଉଛି ପୁସ୍ତକପ୍ରେମୀ ଦିବସ (Today is book-lovers day) । ଆଜିର ଇଣ୍ଟରନେଟ ଯୁଗରେ ବି ପୁସ୍ତକ ତାର ଚାହିଦା ହରେଇନାହିଁ । ଆଜି ବି ପୁସ୍ତକପ୍ରେମୀ ଗଳ୍ପ, ପ୍ରବନ୍ଧ, କବିତା, ନାଟକ ଓ ଉପନ୍ୟାସପ୍ରତି ତାଙ୍କର ରୁଚି ରଖିଛନ୍ତି । ମଣିଷ ଲେଖି ପଢି ଜାଣିବାଠାରୁ କିଏ ଲେଖିବାକୁ ଚାହିଁଛି  ତ କିଏ ସେସବୁ ପଢି ତାର ମର୍ମ ବୁଝିବାକୁ ଚେଷ୍ଟା କରିଛି ଆଉ ମୂଲ୍ୟାଙ୍କନ କରିଛି । ପ୍ରଥମେ ତାଳପତ୍ରରେ ଲେଖାଯାଇ ପୋଥି,ବାଉଁଶପତ୍ର ପୋଥି ପ୍ରଚଳିତ ଥିବାବେଳେ କାଗଜର ଉଦ୍ଭାବନ ପରେ ଅଧିକ ଆଦର ଲାଭ କଲା । ପୁସ୍ତକ ହିସାବରେ ଗୁଟେନବର୍ଗଙ୍କ ମୁଦ୍ରିତ ‘ବାଇବେଲ’ ପ୍ରଥମ ପୁସ୍ତକ ହୋଇଥିବାବେଳେ ବିଶ୍ଵର ପ୍ରଥମ ଦୀର୍ଘ ଉପନ୍ୟାସର ମାନ୍ୟତା ଫ୍ରେଞ୍ଚ ଔପନ୍ୟାସିକ ମାର୍ସେଲ ପୁସତଙ୍କ ‘ଇନ ସର୍ଚ୍ଚ ଅଫ ଲଷ୍ଟ ଟାଇମ’ ଲାଭ କରିଛି ।

 

@OdishaInfocus News Desk: Odisha Infocus is an Odisha based Online news portal, that keeps you updated on latest news and breaking news of all categories on all locations such as Puri, Bhubaneswar (BBSR), Cuttack and rest of Odisha, India and Globe. It also spreads best articles on Odisha literature like Poem, Short Story, Story for kids, Novels etc.

Please follow and like us: