ଆଇପିଏଲ ୨୦୨୦; ଆଜି କୋଲକାତା ନାଇଟ୍ ରାଇଡର୍ସ ବିପକ୍ଷରେ ଖେଳିବ ସନରାଇଜର୍ସ ହାଇଦ୍ରାବାଦ୍

SPORTS

ଆବୁଧାବି : ଆଇପିଏଲ ୨୦୨୦ ରେ ଆଜି କୋଲକାତା ନାଇଟ୍ ରାଇଡର୍ସ ଓ ସନରାଇଜର୍ସ ହାଇଦ୍ରାବାଦ୍ ମ୍ୟାଚ ଅନୁଷ୍ଠିତ ହେବ । ଉଭୟ ଦଳ ନିଜ ନିଜର ପୂର୍ବ ୨ଟି ଯାକ ମ୍ୟାଚରେ ପରାଜିତ ହୋଇଥିଲେ । ତେଣୁ ଆଜିର ମ୍ୟାଚରେ ପ୍ରତ୍ୟାବର୍ତ୍ତନ ଲକ୍ଷ୍ୟ ନେଇ ଉଭୟ ଦଳ ଆକ୍ସନକୁ ଓହ୍ଲାଇବେ। ମ୍ୟାଚ୍ ୩.୩୦ଟାରୁ ଆରମ୍ଭ ହେବ ।

ଆବୁଧାବି ଗ୍ରାଉଣ୍ଡରେ ଖେଳାଯାଇଥିବା ପ୍ରଥମ ପଯ୍ୟାୟ ମ୍ୟାଚରେ ନାଇଟ୍ ରାଇଡର୍ସ ୭ ୱିକେଟ୍ରେ ସନରାଇଜର୍ସକୁ ପରାସ୍ତ କରିଥିଲା । ଦିନେଶ କାର୍ତ୍ତିକଙ୍କ ଅଧିନରେ ଦଳ ସବୁ ବିଭାଗରେ ଶୃଙ୍ଖଳିତ ପ୍ରଦର୍ଶନ କରିଥିଲା । ଓପନର ଶୁବମନ ଗିଲ୍ (ଅପରାଜିତ ୭୦) ଓ ନବନିଯୁକ୍ତ ଅଧିନାୟକ ଇୟନ ମୋର୍ଗାନ (ଅପରାଜିତ ୪୨) ଦଳ ବିଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ । ତେଣୁ ଦଳ ଦ୍ୱିତୀୟ ଭେଟରେ ବିଜୟ ଜାରି ରଖିବା ଲକ୍ଷ୍ୟରେ ରହିବ। ନାଇଟ୍ ରାଇଡର୍ସ ୮ମ୍ୟାଚ୍ରୁ ୪ ବିଜୟ ସହ ମୋଟ ୮ପଏଣ୍ଟ ପାଇ ତାଲିକାର ଚତୁର୍ଥ ସ୍ଥାନରେ ରହିଛି ।

Please follow and like us: